STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ବିଚ୍ଛନ୍ନାଞ୍ଚଳ ଦିବସ

ବିଚ୍ଛନ୍ନାଞ୍ଚଳ ଦିବସ

1 min
396


ମେ ୧୮ ତାରିଖ ୧୯୪୮ ମସିହାର

  ବିଚ୍ଛିନ୍ନ କଳାଦିବସେ

ଉତ୍କଳ ସେ ଦେଲା ବିହାର ରାଜ୍ୟକୁ

  କେଉଁ ପରିସ୍ଥିତି ବଶେ।   


କାହାର ଇଙ୍ଗିତେ ହେଲା ଏହୁ କାର୍ଯ୍ୟ

   କେଉଁ କାର୍ଯ୍ୟ ବଶୁ ହେଲା,

ଜାଣି ନ ପାରିଲେ ସିଂଭୂମ ଓଡ଼ିଆ

   ଉତ୍କଳୁ ଛେଉଣ୍ଡ ହେଲା।


ଦୁର୍ଭାଗ୍ୟ କୁ ଦେଖ ରୋଦନ କରୁଛି

  ମାତୃଭାଷା ଶିକ୍ଷା ପାଇଁ,

ରାଜ୍ୟ ଝାଡ଼ଖଣ୍ଡେ ସିଂଭୂମ ରହିଛି

   ଆନ୍ଦୋଳନ ଶିକ୍ଷା ପାଇଁ।


ହେଲା ତିନି ଜିଲ୍ଲା ସିଂଭୂମ ପୁଣିସେ

  ପଶ୍ଚିମ ସିଂଭୂମ ନାମେ,

ପୂର୍ବ ସିଂଭୂମ ଦ୍ବିତୀୟ ଜିଲ୍ଲା ଟି

  ହୋଇ ଅଛି ଏହୁ ଧାମେ।


ତୃତୀୟ ଜିଲ୍ଲା ସଢୈଇକଳା ନାମେ

  ଖରସୁଆଁ ରହିଛି ତହିଁ,

ଶିକ୍ଷା ଅଧିକାର ଏଠି ମିଳୁ ନାହିଁ 

  ଓଡ଼ିଆ ଦୁର୍ଭାଗ୍ୟ ଯହିଁ।


ଆନ୍ଦୋଳନ ହୁଏ ମାତୃଭାଷା ପାଇଁ

  ଓଡ଼ିଆ ରେ ଶିକ୍ଷା ମିଳୁ,

ସବୁ କ୍ଷେତ୍ରେ ମିଳୁ ଅଧିକାର ତାଙ୍କୁ

  ରାଜ୍ୟରେ ସମ୍ମାନ ମିଳୁ।


କୋଡ଼ିଏ ଲକ୍ଷ୍ୟରୁ ବେଶି ହିଁ ଓଡ଼ିଆ

  ଆଦି କାଳୁ ରହିଛନ୍ତି,

ପୌରାଣିକ ଭାଷା ଓଡ଼ିଆର ଭାଷା

   ଆଦି କାଳୁ କହୁଛନ୍ତି।


ଓଡ଼ିଆର ରାଜା ଯେଉଁ କ୍ଷେତ୍ର ରାଜା

   ଥିଲେ ଆଦି କାଳୁ ଯହିଁ,

ଓଡ଼ିଆ ସମ୍ମାନ ନ ମିଳେ ଏଠାରେ

   ଶିକ୍ଷା ମାତୃଭାଷା ନାହିଁ।


ବିଚ୍ଛିନ୍ନାଞ୍ଚଳ ଦିବସେ କରେ ବିନତି

  ଆମ କେନ୍ଦ୍ର ସରକାରେ,

କରୁଛି ବିନତି ଉତ୍କଳ ରାଜ୍ୟରେ

   ଧ୍ୟାନ ପଡୁ ସିଂଭୂମରେ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ବିଚ୍ଛିନ୍ନ ଭାଇ ଭଉଣୀ,

ଅଧିକାର ପାଇଁ ଏକତ୍ରିତ ହେବା

  ଦିବସର ଏହୁ କାହାଣୀ।


ସ୍ମୃତି ରହି ଥାଉ ଓଡ଼ିଆ ହୃଦୟେ

  ଗୁଞ୍ଜୁ ଥାଉ ଅନୁକ୍ଷଣେ,

ଅଧିକାର ପାଇଁ ଜାଗ୍ରତ ହୁଅହେ

  ଏକତ୍ରିତ ଅନୁକ୍ଷଣେ।


ଏକତାର ପାଇଁ ହେଉ ଜାଗରଣ

  ବିଚ୍ଛନ୍ନାଞ୍ଚଳ ଦିବସେ,

ଶିକ୍ଷା ଅଧିକାର ଓଡ଼ିଆ ସମ୍ମାନ

  ମିଳୁଟି ଏହୁ ପ୍ରଦେଶେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract