ବିଚ୍ଛେଦେ ଶ୍ରୀହୀନ
ବିଚ୍ଛେଦେ ଶ୍ରୀହୀନ


ବିରହ ବିଚ୍ଛେଦ କରୁଣ ର ଚିତ୍ର ନିଜ ହାତେ ନିଜେ ଆଙ୍କିଛି
ତଥାପି କାହିକିଁ ତୁମକଥା ଆଜି ମନେ ମନେ ଉଙ୍କି ମାରୁଛି,,
ଅନେକ ପ୍ରେମ ର ଅଭୁଲା କାହାଣୀ ସପନେ ଅଳସ ଭାଙ୍ଗୁଛି
ଅଭୁଲା କାହାଣୀ ଗୀତ ଗୁଞ୍ଜରଣ କାନେ ପ୍ରତିଧ୍ୱନୀ ହେଉଛି ।।
ତୁମ ସ୍ନେହ ପ୍ରେମ ଶ୍ରଦ୍ଧା ସୁମନ ର ଜୟ ମାଲ୍ୟ ଥିଲ ପିନ୍ଧାଇ
ମୋ ମନ ପୋଥିରେ ତୁମ ଶ୍ରଦ୍ଧା ନାମ ମୋହାତରେ ଦେଲ ଲେଖାଇ
ଅଲିଭା ଅକ୍ଷର ଲିଭି ଯାଉ ନାହିଁ ଯେତେଥର ଦେଲେ ଲିଭାଇ
ତୁମରି ବିଚ୍ଛେଦ ଅନେକ ଚିନ୍ତାରେ ଅନ୍ତରେ ମୋ ନିଆଁ ଜଳଇ ।।
ସବୁ ଥାଉ ଥାଉ ବିଯୋଗ ଭାବନା ଶୁନଶାନ୍ ଲାଗେ କାହିଁକି
ସଞ୍ଜ ଆକାଶରେ ଜହ୍ନ ନଆସିଲେ ଅନ୍ଧାର ଘୋଟଇ ଯେମିତି
ମୋ ମନ ଆକାଶେ କାଳିଆ ଅନ୍ଧାର ଘୋଟିଆସେ ଅବା ସେତିକି
ପ୍ରଣୟିନୀ ପ୍ରେମଶିଳା ଚାରୁବାଳା (ବିଚ୍ଛେଦ) ଯଥା ରାମଚନ୍ଦ୍ର ଜାନକୀ ।।
ନିରବି ଯାଇଛି ବୃନ୍ଦାବନ ବନ ଶୁକ,ଶାରୀ,ପିକ,ନିରବ
ସେମିତି ଶ୍ରୀହୀନ ମନ ବୃନ୍ଦାବନ କରିଛି ତୋହରି ବିଚ୍ଛେଦ ।।