STORYMIRROR

ଅନିଲ କୁମାର ଲେଙ୍କା

Tragedy

4  

ଅନିଲ କୁମାର ଲେଙ୍କା

Tragedy

ବିଚ୍ଛେଦ- ୬

ବିଚ୍ଛେଦ- ୬

1 min
216


କହି ପାରିବିନି

କେଉଁ ଲଗ୍ନରେ କେମିତି ପଶି ଆସିଥିଲ,

ମୋ ଅନ୍ଧାରି ହୃଦୟ ଭିତରକୁ,

ଆଚ୍ଛନ୍ନ କରିଦେଇଥିଲ ସ୍ପନ୍ଦନକୁ

ମୋ ବିଭୋରତାର ପହିଲି ସ୍ପର୍ଶ ପୁଲକରେ,

ଜାଣିଲା ବେଳକୁ ମୋ ନିରୀହ ପୃଥିବୀରେ

ଏମିତି ଛାଇ ହୋଇ ଯାଇଥିଲ ଯେ

ମୁଁ ନ ଥିଲି କି ମୋ ସନ୍ଦିଗ୍ଧ ମନର

ଯାବତୀୟ ଦୁଃଖ ଅବସୋସ ଅବିଶ୍ୱାସ ମାନେ ବି ଆତ୍ମସମର୍ପଣ କରିଥିଲେ !


ତମ ରଙ୍ଗର ଝଲକରେ

ମୋ ହଜିବାର ବହୁ ଆଗରୁ

ହଜି ସାରିଥିଲା ଚତୁପାର୍ଶ୍ୱସ୍ଥ ଦୃଶ୍ୟ ସମୂହ 

ନିଖୁଣ ସ୍ୱପ୍ନର ପ୍ରବଣତାରେ 

ଆଉ ଲୋଡିଲା ପଣରେ !


ତମ ଜାଗାରେ ତମେ ନିଶ୍ଚୟ ଥିଲ

ତମକୁ ଗଭୀର ନିଦରୁ ଉଠେଇ ଉସ୍‌କେଇ

କେଉଁଠି ରହିଗଲି

ଆଜିଟା ସ୍ୱାଗତୋକ୍ତି

ଖାଲି ନିଜ କଥା ନିଜକୁ ଶୁଣାଏ

ବଦଳୁଥିବା ନିଜ ଠିକଣାକୁ

ଅସହାୟତା ମୋ ପିଛା କରୁଥିବାବେଳେ

ମୁଁ ନିରୁଦ୍ଦିଷ୍ଟ ହେଉଥାଏ ବାରମ୍ବାର

କେଉଁ ଗୋପନବାସରେ ....


ମୋ ଆତ୍ମଘୋଷିତ ନିର୍ବାସନ ପରେ

ତମ ଜାଗାରେ ତମେ ଥିବ ନିଶ୍ଚୟ,

ମୁଁ ବି ମୋ ଜାଗାରେ,

ସ୍ମୃତିର ଇଗଲ ହୁଏତ ଚକ୍କର ମାରୁଥିବ,

କେବେକେବେ ତମ ବିପୁଳ ଆକାଶର

କେଉଁ କୋଣରେ !


ଆମର ବିଚ୍ଛେଦ ପରେ,

ନିରବ ଆଳାପରେ ନିଶ୍ଚେ ଅତୀତର ସେଇ ମୋହଗ୍ରସ୍ତ ମୁହୂର୍ତ୍ତ ସଙ୍ଗେ କଥା ହେଉଥିବ,

କେଉଁ ସନ୍ଧ୍ୟାରେ

କେବେ ଦୀପ ହୋଇ ମୁଁ ଜଳେ କି ନ ଜଳେ,

ତମେ କିନ୍ତୁ ଜଳୁଥାଅ ଅହରହ ମୋ ଭିତରେ,

ମୋ ଅନ୍ଧାରି ଚେତନାକୁ ଧିକ୍କାର କରି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy