STORYMIRROR

ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

ବିଚ୍ଛେଦ-୪

ବିଚ୍ଛେଦ-୪

1 min
200


ମୋ ମାଆ ଠାରୁ ମୁଁ ହୋଇଛି ବିଚ୍ଛେଦ

    ହୃଦୟେ ଦୁଃଖ ଆପ୍ଲୁତ,

ଦୁନିଆରେ ମୋତେ ଲାଗେ ନାହିଁ ଶାନ୍ତି

    ଖୋଜଇ ତାର ପଣତ,

    କଷ୍ଟରେ ଜୀବନ ଗୀତ,

ସ୍ୱାର୍ଥପର ଏହି ସମାଜେ କା ଆଗେ

    କହିବି ମୋହ ସମସ୍ତ ।।


ଘନ ଅନ୍ଧାରିଆ ହୋଇଛି ମୋ ରାତି

    ସମୟ କଷଣେ ଗତ,

ଦୂର ଦେଶେ ଆଜି ରହିଛି ମୋ ମାଆ

    ହୃଦୟେ କୋହ ବହୁତ,

    ଯେଣୁ ସେ ଅନୁପସ୍ଥିତ, 

ସହି ହେଉ ନାହିଁ  ବିଚ୍ଛେଦ ଯନ୍ତ୍ରଣା 

    ଡରଇ  ପ୍ରତି  ମୁହୂର୍ତ୍ତ ।।


ମନେ ପଡେ ଯେବେ କଥା ସବୁ ତାର

    ଭାଳିବାଟା ସାର ସ୍ୱତଃ,

ସିଏ ଥିଲା ମୋର ବନ୍ଧୁ ସହୋଦର

    ଅଭାବେ ସ୍ୱଭାବେ ମିତ,

   କେତେ ପାଉଛି ଆଘାତ,

ତା ବିଚ୍ଛେଦେ ଆଜି କେମିତି ଚାଲିବି

   ସନ୍ତୋଷେ ସଂସାର ପଥ ।।




Rate this content
Log in

Similar oriya poem from Tragedy