STORYMIRROR

subrat kumar jena

Tragedy

3  

subrat kumar jena

Tragedy

ବିଚାରି ମା

ବିଚାରି ମା

1 min
436


ବିଧାତା ହୋଇଲା ଏପରି ନିଷ୍ଟୁର

ଭାଙ୍ଗି ଦେଲା ମୋର ଛୋଟ ଘର

ଦାଣ୍ଡରେ ଭିକାରୀ ସଜାଇଲା ମୋତେ

କରିଦେଲା ମୋତେ ଘରୁ ବାହାର.....


ହୀନ ଭାଗ୍ୟକୁ ନେଇ ଯିବି ମୁଁ କୁଆଡେ

ପାଏ ନାହିଁ ମୁଁ ରାହା ସାହା

ଖାଦ୍ୟର ମୁଠେ ଦାନ ପାଇବାକୁ ଘୂରିବୁଲେ ମୁଁ

କେହି କୁହନ୍ତି ନି ପଦେ ଆହା......


ନିଜ ଲୋକଙ୍କର ହୀନ ଚକ୍ରାନ୍ତ ରେ

ମୁଁ ହୋଇଛି କେତେ ଲହୁ ଲୁହାଣ

ଶୀତ ରାତିର ଏ ପ୍ରବଳ ପ୍ରକୋପେ

ଶୀତ ବସ୍ତ୍ର ଖଣ୍ଡିଏ ପାଇଁକି କରୁଛି ମୁଁ ଅନ୍ୱେଷଣ.....


ବିଚରା ମୋ ଛୁଆ ,କାନ୍ଦି କାନ୍ଦି ଛାଡେ ରାହା

କିପରି ଦେବି ମୁଁ ତା ମୁଣ୍ଡ ପରେ ଖଣ୍ଡେ ଛପର

ବିଚରା ଦଇବ ସହିଲାନି ସୁଖ

ଛଡ଼ାଇ ନେଲା ମୋ ଠାରୁ ମୋ ସିନ୍ଦୂର......


ଜଣେ ନାହିଁ ମୁଁ ପାଏ କାହିଁ ଶାସ୍ତି

କରିଥିଲି କେଉଁ ଜନମରେ କିବା ଦୋଷ

ମୋ ଲାଗି ଆଜି ମୋ ପିଲା ସହୁଛି

କାହାକୁ ଦେଖାଇବି ଅନ୍ତର ତଳର ଅବୋଶୋଷ.....


ଜୀବନ ଯୁଦ୍ଧ ମୁଁ କେମିତି ଲଢ଼ିବି

ଏକା ମୁଁ କୋଳସ୍ତ ଶିଶୁକୁ ସାଥିରେ ନେଇ

ତଥାପି ଲଢ଼ୁଛି ଲଢି ଚାଲିଥିବି ନିଃଶ୍ୱାସ ଥିବା ଜାଏ

ମୁଁ ବଞ୍ଚିବି ମୋ ପିଲାର ଆଗାମୀ ସ୍ବପ୍ନ କୁ ସାଥିରେ ନେଇ......

ସୁବ୍ରତ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy