Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Action Inspirational Children

3  

Suchismita Behera

Action Inspirational Children

ବିବର୍ତ୍ତନ

ବିବର୍ତ୍ତନ

1 min
168


ନୀଳ ଆକାଶ ତଳେ ଘନ ସବୁଜିମାରେ 

ମାଟି ରାସ୍ତାର ଗଳି କନ୍ଦିରେ 

ଚାଳ ଛାତ, ମାଟି କାଦୁଅ ଘରେ

ନାନା ଅନୁଭୂତି ଅଛି ପିଲା ଦିନରେ ।


ଛୋଟ ସିନା ଉଚ୍ଚତା ତା'ର

ଆନନ୍ଦ ସେଠି ଅତି ମଧୁର 

ଶାନ୍ତିପୂର୍ଣ୍ଣ ତା'ର ନିଆରା ଅନୁଭବ 

ସ୍ଥିରତା ପୁଣି ତା'ର ସୁନ୍ଦର ଆଭୁଷଣ ।


ବଡ କାମ କିଛି କରିବି ବୋଲି

ଗାଁ ମାଟିରୁ ଦୂରକୁ ଗଲି

କେଜାଣି କେତେ ବଡ ହେଇଗଲି ଯେ,

ଗାଁ ମାଟିକୁ ହିଁ ପର କରିଦେଲି ।


ବଡ ସହରରେ କେତେ ଉଚ୍ଚ ଉଚ୍ଚ ଘର

ହେଲେ ଦିଶୁନାହିଁ ସେ ଆଉ ସବୁଜ ସୁନ୍ଦର 

ଉନ୍ନତି ବଳେ ମିଳୁଥିଲେ ହେଁ ବିଜୟର ଉତ୍ତର,

ସନ୍ଦେହରେ ଏବେ ମଧ୍ଯ ନାନା ପ୍ରଶ୍ନ ବିବେକର ।


Rate this content
Log in

Similar oriya poem from Action