ବିଭ୍ରାଟ
ବିଭ୍ରାଟ
ସଠିକ ମାର୍ଗଟି ପାଇ ନ ପାରିଲେ
ବିଭ୍ରାଟ ଯେ ହୁଅ ନାହିଁ
ବିଭ୍ରାଟଟି ଯଦି ଥରେ ହେଇ ଯାଏ
ମନ ଥୟ ଧରେ ନାହିଁ ।
ବିଚଳିତ ହୁଏ ଘୂରି ବୁଲୁ ଥାଏ
ଲାଗୁ ଥାଏ ସବୁ ବିଷ
ଆଖିର ଆଗରେ ଖୁସିର ଦୁନିଆ
ଆପେ ହେଇଯାଏ ଶେଷ ।
ଦିଗ ହଜା ହୁଏ ସବୁ ଚାଲି ଯାଏ
ଭାବନାରେ ରୁହେ ବୁଡି
ବେଳୁ ବେଳ ଦୁଃଖ ଯନ୍ତ୍ରଣାର ଝଡ
ଜୀବନେ ଆସଇ ମାଡି ।
ବଞ୍ଚିବାଟା ଥାଏ ମରଣ ସଦୃଶ୍ୟ
ଲିଭି ଯାଏ ଓଠ ହସ
ଭାବିଲା ବେଳକୁ ସବୁ ସରି ଥାଏ
ରହେ ଖାଲି ଅବଶୋଷ ।
ବିଭ୍ରାଟ ହେବାଟା ଆଦୌ ଭଲ ନୁହେଁ
ବୁଦ୍ଧି ବଣା କରି ଦିଏ
ମଣିଷ ପଣିଆ ଖାଇ ଯାଏ ସିଏ
ବିବେକ ହରେଇ ଥାଏ ।
ହିତାହିତ ଜ୍ଞାନ ସବୁ ଚାଲି ଯାଏ
କୁପଥରେ ପାଦ ଦିଏ
ବିପଥଗାମୀଟି ଯେବେ ହେଇଯାଏ
ତଳକୁ ତଳକୁ ଯାଏ ।
ପରିବେଶ ପରିସ୍ଥିତି ପାଇଁ କିଏ
କେବେ ବିଭ୍ରାଟ ଯେ ହୁଏ
କିଏ କେବେ କାହା କଥେ ଭାସି ଯାଇ
ସେ ପଥରେ ପାଦ ଦିଏ ।
ଏମିତି ଅନେକ ଛନ୍ତି ଦୁନିଆରେ
କରନ୍ତି ବିଭ୍ରାଟ କେତେ
ହସ ଖୁସି ପରିବାର ଭାଙ୍ଗି ଦ୍ୟନ୍ତି
ହାତେଇ ନିଅନ୍ତି ହାତେ ।
କାହା ଯଶ ଖ୍ୟାତି ସହି ନ ପାରି କେ
କା' ମନ ଆୟତ୍ତ କରେ
ବିଶ୍ଵାସ ଭରସା ଉପରେ ଜନ୍ମାଇ
ମନକୁ ବିଭ୍ରାଟ କରେ ।
ନିଜ ସ୍ବାର୍ଥ ପାଇଁ କିଏ କାହା ମନେ
ହୀନ ଭାବନା ଆଣଇ
ବିଭ୍ରାଟ କରିଣ ତାହାର ମନକୁ
ସବୁ ସିଏ ଲୁଟି ଥାଇ ।
ଯେମିତି ଶକୁନି ପଶା ଖେଳ ଖେଳି
ବିଭ୍ରାଟ କରାଇ ଥିଲା
ଦୁର୍ଯ୍ୟୋଧନ ତାହା ଜାଣି ନ ପାରିଣ
ନିଜ ବଂଶ ହରେଇଲା ।
ମନକୁ ବିଭ୍ରାଟ ନ କରି ରାବଣ
ଲକ୍ଷ୍ୟ ତାର ରଖି ଥିଲା
ରାମଙ୍କ ହସ୍ତରେ ମରଣ ଲଭିଣ
ଶାପ ମୁକ୍ତ ହୋଇଗଲା ।
ମନ ସ୍ଥିର ରଖି ଲକ୍ଷ୍ୟ ପଥେ ଯେତେ
ଯିଏ ହେବ ଅଗ୍ରଗତି
ଯେତେ ଝଡ ଝଞ୍ଜା ଆସୁ ସେ ବିଭ୍ରାଟ
ହୁଏନି ବି ପଥଚ୍ୟୁତି ।
ନିଶ୍ଚତ ସଫଳ ତା ଜୀବନେ ଅଛି
ଏ ନୁହେଁ ମିଛ ଭାରତୀ
ପୁରାଣ ଯୁଗରୁ ଅନୁଭବ କର
ହୋଇଯିବ ହୃଦ ଗତି ।
ଭଲ ମାର୍ଗ ଯଦି ଦେଇ ନ ପାରୁଛ
ବିଭ୍ରାଟ କରନି ମନ
କଳୁଷିତ କରି କାହାର ମନକୁ
ଜାଳନି କାହା ଜୀବନ ।
କାହା କପଟର ଛଳନା ଜାଲରେ
ପଡି ହୁଅନି ବିଭ୍ରାଟ
ଧନ ମାନ ଯଶ କୀର୍ତ୍ତି ଚାଲି ଯିବ
ହେଉଥିବ ଛଟପଟ ।
ଏମିତି ଅନେକ ଅଛନ୍ତି ବହୁତ
ଚିହ୍ନିବାଟା ଥାଏ କଷ୍ଟ
ଭାବି ଚିନ୍ତି ନିଷ୍ପତ୍ତିଟି ନେଉଥିବ
ହେବନି କେବେ ବିଭ୍ରାଟ ।
