STORYMIRROR

Jyotsnarani Panda

Tragedy

3  

Jyotsnarani Panda

Tragedy

ଭୂଲିନି ସେ ମୂହୁର୍ତ୍ତ

ଭୂଲିନି ସେ ମୂହୁର୍ତ୍ତ

1 min
215


କିଏ ତୁମେ ? କିଏ ତୁମେ କାନ୍ତା ?


ଅପୂର୍ବ ତୁମ କମନୀୟ କାନ୍ତି


କାନ୍ତାରର କାନ୍ଥ ଡେଇଁ ନିର୍ଜନ ନିଶୀଥେ 


ପାଉଁଜିର ଛମ୍ ଛମ୍ ଶବ୍ଦରେ ଚୁଡିର ରୁଣ୍ ଝୁଣ୍ ସ୍ଵରେ


ମୋ ନିଦର ନଅର ଭିତରେ ପଶ  

ଧିମା ଧିମା ହସ ପାଖରେ ଜାକିଜୁକି ହୋଇ ଵସ 


ଧିରେଧିରେ ମୋ ମଥା ଆଉଁସି ଦିଅ ଜୀବନ୍ୟାସ 

ଖୁବ୍ ବିଶ୍ଵାସ ବିଶ୍ଵାସ ବାସ


ସତେ ଅବା ଜନ୍ମ ଜନ୍ମର ସମ୍ପର୍କ ତୁମ ସହ ମୋର 


କ୍ଲାନ୍ତ ମନଟା ଟିକେ ଟିକେ ଲାଗେ ଉଶ୍ୱାସ 


ସତେକି ଶୁଷ୍କ ମରୁ ପାଲଟିଲା ଶାନ୍ତ ସବୁଜିମା


ଅର୍ଦ୍ଧରାତ୍ରି ର ଘନ ଅନ୍ଧାର ଭିତରେ 

ଏ କି ଅଦ୍ଭୁତ ଅରୁଣିମା 


ଆଶ୍ଚର୍ଯ୍ୟର ଅନ୍ତରାଳେ ତୁମେ ହୁଅ 

ନିବିଡରୁ ନିଵିଡତର ଅତି ଅନ୍ତରଙ୍ଗ 


ହାତଵଢେଇ ଆଉଜେଇ ଆଣିବାକୁ ଚେଷ୍ଟା କରେ

ଦୁଃଖ ଭର୍ତ୍ତି ମୋ ଓଜନିଆ ଛାତି ଉପରକୁ


ହାୟ ! ଏ କଣ !

ସାଙ୍ଗେ ସାଙ୍ଗେ ଅନ୍ତର୍ଦ୍ଧାନ


କିଏ ତୁମେ ?


ସ୍ଵପ୍ନ ନା ସ୍ଵପ୍ନା

ବିଶ୍ଵାସ ନା ବିଡମ୍ବନା 

ବିଷୟ ନା ଵାସନା 


ହଁ ସେଇ ଚିହ୍ନା ଚିହ୍ନା ବାସ୍ନା ନୀଳ ନୟନା 


ତୁମେ ସ୍ଵପ୍ନଗନ୍ଧା ନା ! 


 ଯିଏ ଦିନେ ଲଗେଇଥିଲା ମୋ ସ୍ବପ୍ନରେ ନିଆଁ 

ପୁଣି ମୋ ଆଖି ସାମ୍ନାରେ  ଅଗିଜଳା ପୁନେଇଁର 

ଉତ୍ସବ ପାଳିଲା ପରି ଠୋ ଠୋ ହସୁଥିଲା ସେଦିନ 


ହୁତ୍ ହୁତ୍ ଜଳୁଥିଲା ସ୍ବପ୍ନ ମୋର ଚିତ୍କାରୁଥିଲା 

ବଞ୍ଚାଅ ମତେ ବଞ୍ଚାଅ ସେଵେଠୁ ତ ଜିଅଁନ୍ତା ଶଵଟେ ମୁଁ 


ତୁମେ ମଧୁଶଯ୍ୟା ଛାଡି ନିଶାର୍ଦ୍ଧରେ ଏଠି କଣ ପାଇଁ ?


ଫେରିଯାଅ ତୁମେ ତୁମର ଇପ୍ସିତ ଇଲାକାକୁ

ତୁମ ପ୍ରାଣ ପ୍ରିୟ ସାଥୀ ପାଖକୁ 


ମତେ ଜଳିବାକୁ ଦିଅ କକ୍ଷଚ୍ୟୁତ ଉଲ୍ କାଟେ ପରି


ନା ନା ସ୍ବପ୍ନା ଆଉ ଆସନି 


ମୋ ସ୍ଵପ୍ନର ସହରକୁ ଭୂତାଣୁର ଭିଡ଼ ଭିତରକୁ 


ସଂକ୍ରମିତ ଏବେ ସମ୍ପର୍କର ପ୍ରତି ଗଳି ଉପଗଳି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy