STORYMIRROR

Naliniprava Subudhi

Abstract

4  

Naliniprava Subudhi

Abstract

ଭ୍ରମରୀର ଅନ୍ତସ୍ବର

ଭ୍ରମରୀର ଅନ୍ତସ୍ବର

1 min
216


ପୂରୁବ ଆକାଶେ ଉଦୟ ରବି

ଅପରୂପ ଶୋଭା ଲୋହିତ ଛବି। 

ଜଳେ ଲୋଟୁଥିଲା ସେ ପଙ୍କଜିନୀ

ପ୍ରିୟତମ ସ୍ପର୍ଶେ ସେ ପାଗଳିନୀ। 

ମଥା ଟେକି ଚାହେଁ ଆନନ୍ଦ ମନେ

ଅୟୁତ ଯୁଗର ଆଶା କିରଣେ। 

କମଳ ସୁରୁଜ ଅମ୍ଳାନ ପ୍ରିତୀ

ଚାହିଁଥାଏ ପଦ୍ମ ପ୍ରିୟର ଗତି। 

ମଧୁଲୁଣ୍ଠି ବାକୁ ଦୁଷ୍ଟ ଭ୍ରମର

ଉଡିଆସି ବସେ ଫୁଲ ଉପର। 

କ୍ରମେ ଅବସାନ ହୋଇଲା ଦିନ

ଦୁଃଖେ କମଳିନୀ ମୁଦେ ନୟନ। 

ମଧୁ ପାନେ ରତ ଖିଆଲି ଅଳି

ପାଖୁଡାରେ ବନ୍ଦୀ ନପାରେ ଚଳି। 

ଉଷାରାଣୀ ଆସେ କଳା ଓଢଣୀ

ଖୋଜଇ ଭ୍ରମରୀ ଗୁଣ ବାହୁନି। 

ଫେରିଆସ ପ୍ରିୟ ଡାକେ ଭ୍ରମରୀ

ଏକାକିନୀ ବିତେ ଏଇ ଶର୍ବରୀ। 

ବିମୁଖ ମନରେ କଟିଲା ନିଶା

ଉଦୟ ତପନ ଫିଟିଲା ଦିଶା।

ଫିଟିଲା ପାଖୁଡା ମୁକ୍ତ ଭ୍ରମର

ଆନନ୍ଦିତ ମନେ ଫେରିଲା ଘର। 

ମନରେ ଚିନ୍ତଇ ଭ୍ରମରୀ ପୁଣି

ହରି, ହର,ଶିରେ ଯାହା କୁ ବୁହନ୍ତି

ସେହି ହରି ପ୍ରିୟା ପାଶେ ମୁଁ ଋଣୀ। 



Rate this content
Log in

Similar oriya poem from Abstract