ଭ୍ରମଣ ସଂଧ୍ୟାର
ଭ୍ରମଣ ସଂଧ୍ୟାର
ଭ୍ରମିବାକୁ ସାଥୀ ତୁମରି ସାଥିର
କରିଛି ମୁଁ ଆଶା କେତେ,
ଅସ୍ଥିର ମନ ମୋ ଉଡିବୁଲେ ଆଜି
ମୁକ୍ତ ଗଗନରେ ସତେ ।
ବର୍ଷା ଭିଜା ସଂଧ୍ୟା ନିର୍ମଳ ଆକାଶ
ଖୋଜଇ ପରଷ ତୁମ,
ସୈ।ନ୍ଦର୍ଯେ ବିଭୋର ହୋଇ ଅଛି ମୁହିଁ
ପ୍ରେମାଳାପ ହେବ ଆମ ।
କି ଆନନ୍ଦ ସତେ ସଂଧ୍ୟା ଭ୍ରମଣ ରେ
ପଡୁଛି ବରଷା ଛିଟା,
ପ୍ରେମ ମଧୁ ରଶେ ଭିଜିଯିବା ଆମେ
ଓଠରୁ ଝରିବ ମିଠା ।
ଶୀତଳ ପବନ ଦେହକୁ ଲାଗିଲେ
ଶିହରିବ ତନୁ ମନ,
ତୁମରି ପରଷ ମୋ ଦେହକୁ ପରା
ଅଥୟ କରିବ ଜାଣ ।
ନଦୀତୁଠେ ପୁଣି କଦମ୍ବ ମୂଳରେ
ପ୍ରକୃତିର ଶୋଭା ରାଶି,
ସରାଗେ ତାହାକୁ ଅନୁଭବେ ଯିବ
ପହଞ୍ଚିବ କେବେ ନିଶି ।
ବେଦମ୍ ହେବି ମୁଁ ହସିହସି ତେବେ
ଯେବେ ଥିବ ମୋର ସାଥେ,
ସତେ କି ଥାଆନ୍ତା ଏଇ ଅନୁଭୁତି
ଚାହିଁ ବସିବି ତ ପଥେ ।
ସଂଧ୍ୟା ଭ୍ରମଣ ରେ ମୁକ ଶାଖି ଏଇ
ନଦୀପଠା ବୃକ୍ଷ ମୂଳ,
ଆସି ତ ଏଠିକି ମନେ ପଡିବ ମୋ
ବିତୁ ପଛେ ଯେତେ କାଳ ।
ସଂଧ୍ୟା ଭ୍ରମଣ ରେ ଆସିବ ଏଠିକି
ହୋଇବ ମିଳନ ଆମ,
କହିବନି କିଛି ବାହାନା ସଜାଇ
ଥାଉ ପଛେ ଯେତେ କାମ ।
ଜୀବନ ରାସ୍ତାର ପଥିକ ସଭିଏଁ
ଚାଲୁଥିବା କେତେ ଦିନ,
ସେଇ ଦିନ ସବୁ ନାଟକ ସରିବ
ପିଣ୍ଡୁ ଯିବ ଯେବେ ପ୍ରାଣ ।