STORYMIRROR

Sangeeta Barik

Tragedy

4  

Sangeeta Barik

Tragedy

ଭୋକର ଲୁହ

ଭୋକର ଲୁହ

1 min
318

କାଗଜ ଡଙ୍ଗାକୁ ଡାଙ୍ଗରେ ଡାଙ୍ଗେଇ 

ଓଳି ପାଣିରେ ମସଗୁଲ 

ମତୁଆଲା କୁନି ଡଙ୍ଗା ମାଲିକ,

ଲୁହକୁ ଲୁକ୍କାୟିତ କରିଛି ନୁଆଁଣିଆ ଚାଳ ପାଣି

ଛାପି ଯାଇଥିବା ଛାପବି ଛାଡି ଯାଇଛି

ଭୋକର ଯନ୍ତ୍ରଣା ଛଳନା ରଜ୍ଜୁରେ ବନ୍ଦୀ ହୋଇ

ପେଟେଇ ପଡିଛନ୍ତି ପେଟର କେଉଁ କୋଣରେ ।


ବର୍ଷାର ଝରରେ ବେହାଲ ଆର୍ଦ୍ର ଅଗଣା

କିଛିଟା ରସ ପାତ୍ର ଆଁ କରିଛି

ଢଳି ପଡିଥିବା ଢାଲ ଭଳି

ଯାତାୟତର ସାହାରା ସାଜିଛି

ପରାସ୍ତ ପଟା କେଇଟା ।


ଇଶାଣର ମାଟି ହାଣ୍ଡିରେ ପାଣି ହିଁ ପାଣି

ଦାନା ନିଖୋଜ 

ଭୋକର ଲୁହ ସବୁ 

ତୋରାଣିରେ ରୂପାନ୍ତରିତ ।


ଓଦା ସରସର ମାଆ ଆଖିରେ

ଶ୍ରାବଣର ଆକାଶଟା ସମ୍ପୂର୍ଣ୍ଣ ନେସି ହୋଇ 

ଝରେଇ ଚାଲିଛି ଅବାରିତ ଧାରା ।


ବାପାଙ୍କ ହୄଦୟରେ ବିକଟାଳ ଘଡଘଡି

ବିଜୁଳିର ଆଘାତରେ ସେ ନିର୍ବାକ

କଣା ଚାଳରୁ କାନ୍ଥ ଦେଇ ବହି ଆସୁଥିବା

 ନିମ୍ନଗାମୀ ନଦୀ ସୁଅରେ 

 ସେ ଏକ ଜୀଅନ୍ତା ଶବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy