STORYMIRROR

Sangeeta Barik

Classics

2  

Sangeeta Barik

Classics

ଭୋକ

ଭୋକ

1 min
324

ଭୋକ

ମାତ୍ର ଦୁଇଟି ଅକ୍ଷର

ଉଦରର ନୀରବ ଚିତ୍କାର

ଲୋଡା ମାତ୍ର ମୁଠାଏ ଆହାର

ଜୀଏଁଇବାକୁ ପାର୍ଥିବ ଶରୀର


ଭୋକ

କେବେ ସାଜେ ମନର ବିକାର

ଅଧିକରୁ ଅଧିକ ଦର୍କାର

ତୃପ୍ତି ଠାରୁ ସଦା ବହୁ ଦୂର

ପୂର୍ଣ୍ଣଛେଦ ପଡେନାହିଁ ତାର


ଭୋକ

ଯେବେ କାମନାରେ ହୁଏ ଜର୍ଜରିତ

ଭ୍ରଷ୍ଟାଚାର କରିଦିଏ ସିକ୍ତ

ମୋହାଚ୍ଛନ୍ନ ହୋଇଯାଏ ପଥ

ଦୁଷ୍କର୍ମକୁ କରଇ ସ୍ଵାଗତ


ଭୋକ

ଭକ୍ତି ଭୋକ ଭକ୍ତ ହୄଦୟରେ

ପ୍ରଭୁପାଦ ଆକର୍ଷିତ କରେ

ଚିନ୍ତନେ ମନନେ ସେ ଝୁରେ

ଜୀବନେ ତା ମଧୁରତା ଭରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics