ଭୋକ
ଭୋକ
ଭୋକ
ମାତ୍ର ଦୁଇଟି ଅକ୍ଷର
ଉଦରର ନୀରବ ଚିତ୍କାର
ଲୋଡା ମାତ୍ର ମୁଠାଏ ଆହାର
ଜୀଏଁଇବାକୁ ପାର୍ଥିବ ଶରୀର
ଭୋକ
କେବେ ସାଜେ ମନର ବିକାର
ଅଧିକରୁ ଅଧିକ ଦର୍କାର
ତୃପ୍ତି ଠାରୁ ସଦା ବହୁ ଦୂର
ପୂର୍ଣ୍ଣଛେଦ ପଡେନାହିଁ ତାର
ଭୋକ
ଯେବେ କାମନାରେ ହୁଏ ଜର୍ଜରିତ
ଭ୍ରଷ୍ଟାଚାର କରିଦିଏ ସିକ୍ତ
ମୋହାଚ୍ଛନ୍ନ ହୋଇଯାଏ ପଥ
ଦୁଷ୍କର୍ମକୁ କରଇ ସ୍ଵାଗତ
ଭୋକ
ଭକ୍ତି ଭୋକ ଭକ୍ତ ହୄଦୟରେ
ପ୍ରଭୁପାଦ ଆକର୍ଷିତ କରେ
ଚିନ୍ତନେ ମନନେ ସେ ଝୁରେ
ଜୀବନେ ତା ମଧୁରତା ଭରେ
