ଭଳି ଯାଅନି, ମଧୁର ବଚନେ
ଭଳି ଯାଅନି, ମଧୁର ବଚନେ
ଆମରି ପାଇଁ ବାପୁ, ଜବାହର, ନେତାଜୀ
ତିଳ ତିଳ କରି ଦେଲେ ପ୍ରାଣ
ପରାଧୀନତାର ଅନ୍ଧାରକୁ ଦୁର କଲେ କେତେ
ସଂଗ୍ରାମୀ ଦେଇ ବଳିଦାନ ।
ମାତୃଭୂମି ମୋର ଆଜି ହସୁଛି ନାଚୁଛି ଦେଶର
ସ୍ବତନ୍ତ୍ରତା ପାଇ
ନିଅ ଶପଥ, ସମସ୍ତ ସଂଗ୍ରାମୀଙ୍କ ବଳି ଦାନ ଆମେ
କେବେ ପାସୋରିବା ନାହିଁ ।
ଅର୍ଦ୍ଧଶତକ ବୟସ ପାରି ହୋଇ ଯାଇଛି, ଆଉ
କୋଡ଼ିଏ କି ପଚିଶ ବର୍ଷର
ଦଦରା ଅଣ୍ଟାରେ ଅଦରକାରୀ ପଦାର୍ଥ ହୋଇ
ସାରିଲୁଣି, ଆମ କଥାକୁ ବେଖାତିର୍ ନକର ।
ଆଜିର ଶାସକ ପୁଂଜିପତିର ଭବିଷ୍ୟତ ଦୀପରେ
ସବୁତକ ଘୃତ ଭର୍ତ୍ତି କରି ଦେଇ
ଲାଗି ପଡିଛି, ଆମ ଜନସାଧାରଣଂକର ଭବିଷ୍ୟତ
ଅମା ଅନ୍ଧକାରେ ଦେବ ଛାଇ ।
ଦେଖ, ଦକ୍ଷିଣା ପବନ ଏବେ ଚାଷୀର ଅସନ୍ତୋଷ
ଝଡ଼ର ରୂପ ଧାରଣ କଲାଣି
ଏ ତ ଜନଗଣଂକର ବିଦ୍ରୋହ, ଅନନ୍ତ ଦୂରରୁ ଦଳିତ
ନିଷ୍ପେଷିତର ଚିତ୍କାର ଶୁଭିଲାଣି ।
ସେଥିପାଇଁ କହୁଛି, ହେ ଭବିଷ୍ୟତର ଦାୟାଦ ଯେତେ
ନିଜ ପାଇଁ ବଞ୍ଚିବା ଶିଖ
ଫଟା କପାଳ ନକହି ଶୋଇପଡ ନାହିଁ, ଟିକେ ସ୍ୱାର୍ଥପର
ହୁଅ, ବଞ୍ଚିବାର ବାଟ ଦେଖ ।
ପୁଂଜିପତି ଧନୀ, ମହାଜନ, ରାଜା ଜମିଦାର, ମନେ
ମନେ ତ୍ୟାଗମାଳି ଧରି ହୋଇଛନ୍ତି ବାହାର,
ଗେରୁଆ ବସନ, ମଧୁର ବଚନ ତୁମେ ଶୁଣି ଭଳିଲେ,
ଲୋପ ହେବ ଜଳ, ଜମି ରେ ତୁମ ଅଧିକାର ।
