STORYMIRROR

Minakshi Samal

Tragedy

3  

Minakshi Samal

Tragedy

ଭକ୍ତର ନିବେଦନ

ଭକ୍ତର ନିବେଦନ

1 min
129


କାଳିଆ ଠାକୁର ହୋଇଲ ପଥର 

ସାଜିଲ ଦାରୁବ୍ରହ୍ମ ମୁରାରୀ

ଛାରଖାର କରି 'ଫନି'ଚାଲିଗଲା

ଶ୍ରୀକ୍ଷେତ୍ରକୁ ଶିରୀହୀନ କରି।


ପାଲଟିଛି ପୁରୀ ଧ୍ବଂସସ୍ତୁପ ଆଜି

ବାତ୍ୟାର ପ୍ରକୋପେ ଅସ୍ତବ୍ୟସ୍ତ

କିପରି ରହିଲ ବୁଜିକରି ଆଖି

ଭକତଙ୍କୁ କଲ ହନ୍ତସନ୍ତ।


ଭକତଙ୍କ ପରୀକ୍ଷା ନେଲ ଏପରି 

କରିଦେଲ ତାଙ୍କୁ ସର୍ବସ୍ବାନ୍ତ

ରତ୍ନସିଂହାସନ ପରେ ବସିଅଛ

ଉଡେ ପତିତପାବନ ନେତ।


ମନ ବୁଝୁନାହିଁ ପ୍ରିୟ ଜନଙ୍କର

ଦେଖି ଏତେ ଦୁଃଖ ଓ ଦୁର୍ଦ୍ଦଶା

ଅଭିମାନ ହୁଏ ତୁମପରେ ମୋର

ମନେ ରହିଗଲା ମୋ ନିରାଶା।


*** ମିନାକ୍ଷୀ ସାମଲ ***



Rate this content
Log in

Similar oriya poem from Tragedy