ଭକ୍ତି ଅର୍ଘ୍ୟ- ୫
ଭକ୍ତି ଅର୍ଘ୍ୟ- ୫
ସତ୍ତ୍ଵମୟ ତୁମେ ତତ୍ତ୍ଵ ମୟ ତୁମେ
ତୁମେ ପ୍ରୀତିମୟ ଶ୍ୟାମ
ତୁମେ ନିରାକାର ତୁମେ ବି ସାକାର
ତୁମେ ଅଟ ପରଂବ୍ରହ୍ମ ।
ତୁମେ ସତ୍ତାମୟ ତୁମେ ଗୀତି ମୟ
ଛନ୍ଦ ମାଧୁର୍ଯ୍ୟରେ ଭରା
ଗୀତ ଗୋବିନ୍ଦର ଛନ୍ଦେ ବାନ୍ଧି ହୁଅ
ତୁମେ ସଂଗୀତର ଧାରା ।
ତୁମେ ଭାବମୟ ତୁମେ ଛନ୍ଦ ମୟ
ଭାବମୟ ତୁମ ସ୍ଥଳ
ଭାବ ବିନୋଦିଆ ହେ କଳା ଠାକୁର
ଭବ୍ୟ ତୁମରି ମନ୍ଦିର ।
ଏ ଭବ ସାଗରେ ତୁମେ ତ ନାଉରୀ
ତୁମ ବିନା ମୁକ୍ତି ନାହିଁ
ଗତି ମୁକ୍ତି ଦାତା ହେ କଳା ଠାକୁର
ତୁମେ ଜଗତର ପାଇଁ ।
ତୁମେ ତତ୍ତ୍ଵ ମୟ ତୁମରି ତତ୍ତ୍ଵରେ
ମାନବତା ବାଦ ଭରା
ମାନବୀୟ ଲୀଳା କର ହେ ଠାକୁର
ଧନ୍ୟ ତୁମ ଲୀଳା ଖେଳା ।
ଧନ୍ୟ ସେ ଦେଉଳ ଧନ୍ୟ ନୀଳାଚଳ
ଧନ୍ୟ ପତିତପାବନ
ଧନ୍ୟ ସେ ପାହାଚ଼ ଧନ୍ୟ ବେଢା କ୍ଷେତ୍ର
ଧନ୍ୟ ସେ ଛଡ଼ା ଚନ୍ଦନ ।
ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା
ଧନ୍ୟ ସେଇ ଶଙ୍ଖକ୍ଷେତ୍ର
ଦେଖିଦେଲେ ଥରେ ପାପ କ୍ଷୟ ହୁଏ
ଏ ନେତ୍ର ହୁଏ ପବିତ୍ର ।
