STORYMIRROR

Prabhati Mahapatra

Drama Action Others

3  

Prabhati Mahapatra

Drama Action Others

ଭକ୍ତ ବିଲ୍ବ ମଙ୍ଗଳ ୨

ଭକ୍ତ ବିଲ୍ବ ମଙ୍ଗଳ ୨

1 min
169


କିଏ ତୁମେ ଅତିଥି ଜଗାଉଛ ଭୀତି

ଘନ ଅନ୍ଧକାରେ ଛିଡ଼ା

ସମ୍ମୁଖକୁ ଆସି ସନ୍ଦେହକୁ ନାଶି

ମନରୁ ଲିଭାଅ ପୀଡ଼ା ।

ଶୁଣ ଚିନ୍ତାମଣି ମନ ନେଲ କିଣି

ତୁମ ବିନା ନାହିଁ ଗତି

ତୁମ ବିନା ମୋର ଜୀବନ ଅସାର

ଛାତିରେ ଛାତିଏ ତାତି ।

ଏକ ଦିନ ଲାଗେ ସାତ ଦିନ ପରି

ଯଦି ମୁଁ ବିଛେଦ ହୁଏ

ତୁମରି ପ୍ରେମରେ ବାତୁଳ ପରାୟେ

ପଡ଼ିଛି ଆଜ ମୁଁ ମୋହେ ।

ଶର୍ବରୀ କୋଳରେ ବରଷା ନାଚୁଛି

ପୂର୍ଣ୍ଣ ଗର୍ଭା ସ୍ରୋତସ୍ବିନୀ

ତହିଁରେ ଦୁର୍ଗନ୍ଧ ଶବକୁ ଧରିଣ

ପାରି ହୁଏ ତତକ୍ଷଣୀ ।

ସୁରକ୍ଷା ବଳୟ ତୁମର ପ୍ରାଚୀର

ଆରୋହଣ କଷ୍ଟସାଧ୍ୟ

ମୃତ ଅହି ଲାଞ୍ଜ ସହାୟତା କଲା

ମନ ମୋର ହୁଏ ମୁଗ୍ଧ ।

ଟଳମଳ ମୋର ତନୁ ଭାରସାମ୍ୟ

ପଡ଼ି ଗଲି ଅକସ୍ମାତ୍

କ୍ଷତ ବିକ୍ଷତ ମୋ  ଶର୍ବାଙ୍ଗ ଶରୀର

ରକ୍ତାତେ ବ୍ୟଥିତ ଚିତ୍ତ ।

କେମିତି ମନୁଷ୍ୟ ତୁମେ

ଚିନ୍ତାମଣି ଚିନ୍ତେ ମର୍ମେ

ବିପ୍ର କୂଳେ ଜନ୍ମ ହୋଇ

ପ୍ରଭୁ ଧ୍ୟାନେ ଚିତ୍ତେ ନାହିଁ

ପଚାସଢା ଶବ ଧରି

ଆସିଛ ବାତୁଳ ପରି

ଦେଖି ଲାଜ ଲାଗୁଛି ମୋତେ

ଛାର ବେଶ୍ୟା ପାଇଁ ତୁମେ

ଆସିଛ ରାତେ

ପ୍ରମାତୁର ଜୀବନ ନେଇ 

କେତେ ଦିନ ବଞ୍ଚିବ ଗୋ

ଜାବୁଡି ମହି ।

ମୋ ଠାରେ ନରଖି ଲୟ

ଯଦି ଚିନ୍ତ ଦୟାମୟ

ସେଠାରେ ଜୀବନ ମୁକ୍ତି

ମନରେ ପାଇବ ଶାନ୍ତି

ପ୍ରେମ ରୂପ ଯଉବନ

ରୁହେ ନାହିଁ ଚିର ଦିନ

ବୁଝି ଯେବେ ପାରୁଛ ଆଜି

କୃଷ୍ଣ ରସେ ଆନନ୍ଦରେ 

ଯାଅ ଗୋ ମଜି 

ହୋଇ ପାରେ ମୁଁ ବାରନାରୀ

ପଶୁ ବୃତ୍ତି ଜନେ ଅଙ୍କେ

ପାରେନା ଧରି ।

ଶେଷ ବାକ୍ୟ ଶୁଣ  କରିବି ପୁରଣ

ତୁମର ମନର କଥା

ପ୍ରଭୁ ଅନ୍ୱେଷଣେ ଯାଉଛି ଆଜ ମୁଁ

ନଦେବି ତୁମକୁ ବ୍ୟଥା ।


କ୍ରମଶଃ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama