STORYMIRROR

Pranati Acharya

Tragedy Classics Others

3  

Pranati Acharya

Tragedy Classics Others

ଭିଟା ମାଟିର ମହକ

ଭିଟା ମାଟିର ମହକ

2 mins
217


ଭିଟାମାଟିର ତ କେତେ ଯେ ମହକ ଜାଣେ ଯେ ରହେ ପ୍ରବାଶେ 

ଅଙ୍ଗେ ଯେ ନିଭାଏ ସିଏ ଏକା ଜାଣେ ସହର ଯେ କେହ୍ନେ ଗ୍ରାସେ ।। 

ଟଙ୍କା ରୋଜଗାର ନିଶାରେ ସଭିଏଁ ଛାଡନ୍ତି ଜନମ ଭୂଇଁ 

ତ୍ଯାଗ କରି ପଲ୍ଲି ପ୍ରକୃତି ମାଟିକୁ ରୁହନ୍ତି ସହରେ ଯାଇ ।। 

ଭିଟାମାଟି ମୋର ଅମ୍ବୃତ ଢାଳଇ ଘୋରିଣ ମଧୁ ଚନ୍ଦନ 

ଅଜ୍ଞାନ ଅବୋଧେ ରହିଲି ପ୍ରବାଶେ ଭୁଲିଲ ସୋଦର ଜନ ।। 

ସୁଖ ଶାନ୍ତି ପାଇଁ ଆସିଥିଲି ଧାଇଁ ଛାଡି ସେ ମୋହ ମାଟିର 

ଆଉ କି ଫେରିବି ଚକିତ ହୋଇବି ଶୁଣିବି ମାଟିର ସ୍ବର ।। 

କାର୍ଯ୍ୟାଳୟୁ ଯେବେ ଡାକରା ପଡିଲା କାର୍ଯ୍ୟେ ଯୋଗଦେବା ପାଇଁ 

ଛାଡି ସବୁକିଛି କାର୍ଯ୍ୟେ ଯୋଗଦେଲି ନୂତନ ଉତ୍ସାହ ନେଇ ।। 

କାମ ଚାଲିଥାଏ କାମର ବାଟରେ ପ୍ରଥମେ ହୋଇଲି ଖୁସି 

ସଭିଙ୍କ ଖୁସିରେ ଖୁସି ମୁଁ ହୁଅଇ ଅଳପ ଅଳପ ହସି ।। 

ମୋ ଭିଟା ମାଟିର ସ୍ମୃତିଟି ନିଆରା ରହିଲା ସପନ ହୋଇ 

ବଞ୍ଚିବାର ତାତି ଦୂରେ ନେଲା ତା'ଠୁ ଶଦ୍ଦେ ହୁଏ ନାହିଁ କହି ।। 

ଭାବୁଛି ଆଜି ମୁଁ ସେ କାଗଜ ଥିଲା ଭ୍ରମରେ ଥିଲି ଯେ ମୁହିଁ 

ବାପାଙ୍କ ଟଙ୍କାରେ ଥିଲା ଯେତେ ଶାନ୍ତି ଆଜି ଏ ଟଙ୍କାରେ ନାହିଁ ।। 

ତନ୍ମୟ ଲାଞ୍ଛିତ ସହର ସତରେ ଦିଏ ଯେ ଯାତନା ଭରି 

ମାଟିମାଆ ମନେ ପଡିଲା ତା କୋଳେ ସତେ କି ଯିବି ମୁଁ ଫେରି ।। 

ଦୁଇ ବର୍ଷ ଯାଏଁ ରହିଲି ପ୍ରବାଶେ ସୁଖ ଦୁଃଖକୁ ଆବୋରି 

କାହୁଁ ଆସି ରୋଗ ଗ୍ରାସିଲା ସଭିଙ୍କୁ ଲାଗେ ଅସହାୟ ଭାରି ।। 

ବଢିଲା ମୋ ଚିନ୍ତା ପାଶେ ନାହିଁ ଟଙ୍କା ଯୋଗାଡେ ରହିଲି ମୁହିଁ 

କେତେ ଫରଫାନ୍ଦେ ଆଣିଲି ଗୋଟାଇ ଗାଁ କୁ ଫେରିବା ପାଇଁ ।। 

ଫେରିବାକୁ ପଥ ରହିଅଛି ଚାହିଁ ସହର ଯେ ବନୁଅଛି ଶ୍ମଶାନ 

ଗୋଟି ଗୋଟି ଶବ ବୁହାହେଉ ଥାନ୍ତି ଦେଖି ଆନ୍ଦୋଳିତ ହୁଏ ମୋ ପ୍ରାଣ ।। 

କିଏ'ତ କହୁଛି ମଣିଷ ପାଖରେ ସ୍ନେହ ଶ୍ରଦ୍ଧା ପ୍ରେମ ଗଲାଣି ମରି 

ମୁଁ କିନ୍ତୁ କହୁଛି ଗ୍ରାମେ ମୋର ଯାଅ ଦେଖିବ ରୁହନ୍ତି ପ୍ରେମରେ ଭାରି ।। 

ଚିନ୍ତନ ମନ୍ଥନେ ଭାବୁଅଛି ବସି କାହିଁ ଯେ ଆସିଲି ମାଆକୁ ଛାଡି 

ମନ ଆକାଶରେ ଖୋଜି ହୁଏ ତାକୁ ଚକ୍ଷୁ ଜଳଧାର ଯାଉଛି ଗଡି ।। 

ମୋହ କଲା ଭଙ୍ଗ ଦୁଃଖର ସଂସାର ସତେ'କି ଖୋଲୁଛି ତାହାର ପେଡି ସମ୍ମୁଖରେ ଦେଖି ମୃତ୍ୟୁ ବିଭୀଷିକା ଅସହାୟେ ଭୟ ଲାଗଇ ଭାରି ।। 

କି ସୁନ୍ଦର ସତେ ମୋ ମାଟିର ଛବି ମୃଦୁ ସଙ୍ଗୀତର ତାନଟି ପରି 

ଯେତେ ଦୁଃଖ ଥିଲେ ପୋଛିଦିଏ ସେ'ତ ଯାବୁଡି ମାଆର ପଣତ ପରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy