STORYMIRROR

Debadatta Jena

Abstract

4  

Debadatta Jena

Abstract

ଭିଜା ମାଟି

ଭିଜା ମାଟି

1 min
532

ହଁ ମାଟିଲଗ୍ନା ତୁ..

ତୋ ଦେହ ଚନ୍ଦନ,ମୋ ପ୍ରାଣ ବନ୍ଦନ,

ମୋ ହୃଦୟ ଆତୁର ବନ୍ଧନ ତୁ,

ତୋ ମୋହ ମହନ,ମୋ ବୁକୁ ମଗନ,

ମୋ ବଂଧୁର ଉଛୁର ଜୀବନ ତୁ,

ତୋ ମାଟି ମହକେ, ଜୀବନ ସ୍ପନ୍ଦନେ,

ଯେତେ ମହକିତ ମୋହ ତ ତୁ,

ତୋ ଦିବ୍ୟ ଅର୍ଚ୍ଚନେ,ପୁଲକ ବନ୍ଧନେ,

ଫଳେ ଯେ ସୁନାର ଫସଲ ତୁ..

ହଁ ଜୀବନ୍ମୟୀ..

ତୋ ଫୁଲେ ବାସିବି,ତୋ ଫଳେ ଫୁଲିବି,

ପ୍ରେମ ପୁଲକେ ବାସନା ମୋ ତୁ ।


ହଁ ପ୍ରୀତିମଗ୍ନା..

ତୋ ଠାରେ ଋଷିବି, ତତେ ମନାଇବି,

ତୋ ଠାରେ ଅଛି ମୋ ଯୋର,

ତୋ ହସେ ହସିବି, ତୋତେ ହସାଇବି,

ମୋ ମନେ ମହକ ତୋର,

ତୋ ମାଟିର ବାସ୍ନା, ମୋ ହୃଦୟ ତୃଷ୍ନା,

ତ ଜୀବନ ଚମକ ମୋର..

ତୋ ପ୍ଲାବିତ ପୁଲକେ ପାରିଜାତ ଫଲ୍ଗୁ,

ଭରୁ ଚର୍ବିତ ମଧୁ ଝଙ୍କାର,

ହଁ ପ୍ରାଣ ମୟୀ..

ତୋ ଭିଜା ମାଟିରେ ପ୍ରାଣର ସଂଚାର,

ମୋ ମାଟିର ସରଗ ପୁର ।


ହଁ ମନୋସ୍ନାତା..

ତୋ କୋଳେ ଝୁଲିବି,ତତେ ଝୁଲାଇବି,

ତୋ କୋଳ ମୁଲକ ମୋର,

ତୋ ମନ ମୋହିବି,ମୁଁ ହସି ହସାଇବି,

ଏଇ ମୋ ପ୍ରେମର ଡୋର,

ତୁ ଭିଜୁଥିଲେ ତୋର ଭିଜା ଶ୍ରାବଣରେ,

ମୁଁ ସାଜିବି ଆଞ୍ଚଳ ତୋର,

ତୁ ଆଙ୍କିଲେ ତୋ'ର ପ୍ରୀତିର ମହ୍ଲାର,

ଏ ହୃଦୟେ କଲ୍ଲୋଳ ମୋର,

ହଁ ପ୍ରୀତି ଲଗ୍ନା..

ତୋ ମନେ ପାର୍ବଣ ଅନେକ ବେଭାର,

ମୁଁ ତୋ ମଞ୍ଜୁଳ ମଳୟ ତୋର ।


ହଁ ପ୍ରୀତିପର୍ଣ୍ଣା..

ଏଇ ମୋ ଜୀବନ ଏ ମାଟିର ମହକ,

ମୋ ଜୀବନର ସୃଷ୍ଟି ସାର,

ତୋ ଦେହ ମହକ ମୋ ଉଷ୍ମ ଚମକ,

ତୋ ଭିଜା ମାଟି ବାସ୍ନା ମୋର ।।



Rate this content
Log in

Similar oriya poem from Abstract