ଭିଡରେ ହଜି ଯାଉଥିବା ମଣିଷ
ଭିଡରେ ହଜି ଯାଉଥିବା ମଣିଷ
ମୁଁ ଉଦାସ ହେବାର ବେଳାରେ-
ଜହ୍ନଟିଏ ସଂକୀ ମାରୁଥାଏ ଶାରଦୀୟ ଆକାଶରେ
ସୂର୍ଯ୍ୟ ବାପୁଡା ଦୀତ ନିଜୁଟାଇ ହସୁଥାଏ
ବେଥଲେହେମରୁ ଭାସି ଆସେ ଜନ୍ମ ସଂତ୍ରଣାର ଅନ୍ତହୀନ ଅର୍କେଷ୍ଟ୍ର
ମୁଁ ଉଦାସ ହେବାର ବେଳାରେ -
ମିଳନର ମହାନଦୀ ପାଲଟି ଯାଏ ରତିରଂଜିତ ଜେରୁଜେଲମ୍
ଅଗଣିତ ଭୋକିଲା ଆମ ମସ୍ଗୁଲ ହୋଇଯାନ୍ତି
“ମାଟିରୁ ରୁଟି ଓ ଅତିରୁ ଇତି” ର ଲ୍ୟବା ସଫଇରେ ।
ମୁଁ ଉଦାସ ହେବାର ବେଳାରେ-
ନିରୁବେଳିତ ପ୍ରଶୀତିର ଲହରୀରେ
ନିଷାପ ହସର ଆହୁଲା ନେଇ
ନିଷ୍କାମ ଯୋଗର ତରଣୀରେ ଧରାବତରଣ କରନ୍ତି
ନଚିକେତା, ଧୁବ ଓ ପ୍ରହଲ୍ଲାଦ ମାନେ ।
ମୁଁ ଉଦାସ ହେବାର ବେଳାରେ -
ବୁଦ୍ଧ ଓ ଗୀଧୀକ କର୍ମଭୂମିରେ
ପ୍ରାଚୁର୍ଯ୍ୟ ଓ ଶୂନ୍ୟତାର ସହାବସ୍ଥାନରେ
ସାଧାରଣ ସଭ୍ୟ ମଣିଷ ଜଣେ ହଜିଯାଏ।
ପଥଭ୍ରଷ୍ଟ, ଅନୈତିକ ଦିଗ୍ଦର୍ଶନର ମହାଙ୍କୁ ଭରେ ।
