Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Rath

Action Inspirational

3  

Amita Rath

Action Inspirational

ଭଦ୍ରମୁଖା

ଭଦ୍ରମୁଖା

1 min
181


ଭଦ୍ରଲୋକ ସାଜି ଆଜି ଏ ଦେଶ ରେ 

ଅଭଦ୍ର ରାଜୁତି କରେ,

ରକ୍ଷକ ଏଠି ଭକ୍ଷକ ସାଜେ

ଭଦ୍ରମୁଖା ର ତଳେ।୧।

ଭଲ ସବୁ ଏଠି ଭେଲ ହୋଇଯାଏ

ଭେଲ ସବୁ ହୁଏ ଭଲ,

କାହାର ସ୍ୱାର୍ଥ ସାଧନ ହୁଏ ତ

କିଏ ହୁଏ କଲବଲ।୨।

ରାମରାଜ୍ୟେ ସିନା ଶାସନ ଦଣ୍ଡ

ଥିଲା ପ୍ରଜାଙ୍କର ହାତେ,

ଏବେ ଏଠି ସେଇ ଜନତାଙ୍କ। କଥା

କିଏ ବା ଭାବୁଛି କେତେ।୩।

ଯେତେ ଖଳ , ଖଣ୍ଟ, ଦୁର୍ନୀତି ବାଦୀ

ହୋଇଛନ୍ତି ଏଠି ମେଳ,

ରାଜନୀତି ପରା ରାଜନେତାଙ୍କ ର

ହାତରେ କଣ୍ଢେଇ ଖେଳ ।୪।

ଭୋଟ ପ୍ରଚାର ସଭିଏଁ କରନ୍ତି

ଧୋବ ଫରଫର ବେଶେ

ସ୍ୱାର୍ଥ ସାଧନ ହୋଇଗଲା ପରେ

ଆଉ କେ ଏଠିକି ଆସେ ।୫।

ପ୍ରଚାର ବେଳର କେତେ ପ୍ରତିଶ୍ରୃତି 

କେତେ କେତେ ଚାଟୁ କଥା,

ଜନତା ଆଗରେ ଯୋଡ଼ହସ୍ତ ହୋଇ

ନୁଆଇଁ ଦିଅନ୍ତି ମଥା।୬।

ସରଳ ଜନତା ଚିହ୍ନି ନ ପାରନ୍ତି

କଥାରେ ଯାଆନ୍ତି ଭୁଲି,

ଦୁର୍ନୀତି ରାକ୍ଷସ କାବୁ କରି ନିଏ

ଜାଲରେ ପଡ଼ନ୍ତି ଝୁଲି।୭।

ଭଦ୍ରମୁଖାଧାରୀ ଅଭଦ୍ର ରାଜୁତି

ଏଇମିତି ଯଦି ଚାଲେ,

ଗଉରବମୟ ଏଇଦେଶ ଦିନେ

ଖସିଯିବ ରସାତଳେ।୮।

ଆମେ ହିଁ ରାଜା ଆମେ ହିଁ ପ୍ରଜା 

ଗଣତନ୍ତ୍ର ଶାସନ ରେ,

ସଭିଙ୍କୁ ମୋହର ଅନୁରୋଧ ଏଇ

କଥା କୁ ବୁଝନ୍ତୁ ବାରେ।୯।



Rate this content
Log in

Similar oriya poem from Action