STORYMIRROR

Sushma Manjari Dash

Abstract

4  

Sushma Manjari Dash

Abstract

ଭଦ୍ରମୁଖା

ଭଦ୍ରମୁଖା

1 min
254

ଭଦ୍ରମୁଖା ପିନ୍ଧି ବିଶ୍ୱାସ ଜନ୍ମାଏ                              

କହିଣ ଚିକ୍କଣ ବାଣ          ଼

ଉପରେ ଉପରେ ସରଲ ସୁଶୀଳ                            

ଭିତରଟା ନିଆଁ ମୁଣି  ।        

ବାହାନା ବନାଇ ବନ୍ଧୁତା କରନ୍ତି

ଭଦ୍ରାମିର ମୁଖା ପିନ୍ଧି          

ଆଖି ଅନ୍ତରାଳେ ଭିନ୍ନ ଏକ ରୂପ                              

ବନ୍ଧୁୁୁୁୁୁକୁ ଦିଅନ୍ତି ବାନ୍ଧି।          

ଭିନ୍ନ ଭିନ୍ନ କେତେ ଯୋଜନା କରିଣ                             

କରନ୍ତି ଲକ୍ଷ୍ୟ ପୂରଣ

ଅଭିଳାଷ ତାଙ୍କ ପୂରଣ ନହେଲେ                             

ହୁଅନ୍ତି ସେ ଅଗ୍ନି ବାଣ।       

ସତ ମିିଛ କହି ଭଲେଇ ହୁଅନ୍ତି                                

ସାଜି ଏକ ସୁନାପିଲା       

ତାଙ୍କରି କଥାରେ ହୋଇଗଲେ ଭୋଳ                   ‌         

ଦେଖାନ୍ତି ନିଜର ଲୀଳା       

ବିରାଡ଼ି ପରିିକା ଆଖି ବୁଜି ଦୁଧ 

ପିଅନ୍ତି ସେମାନେ ଏକା      

ଅସଲି ଚେହେରା ଧରା ପଡିଯାଏ

ଖୋଜି ଯାଏ ଭଦ୍ରମୁଖା ।



Rate this content
Log in

Similar oriya poem from Abstract