ଭଦ୍ରମୁଖା ପିନ୍ଧି ବୁଲୁଛୁ ସଂସାରେ
ଭଦ୍ରମୁଖା ପିନ୍ଧି ବୁଲୁଛୁ ସଂସାରେ
ଏହା ତ ଧୃବ ସତ୍ୟ ମରଣ ହେଲେ ତୁଟିଯିବ
ମୋହ କାୟା ଛାଡି ଯିବ ଜୀବ
ଜଣେ ମଣିଷ କରିବ ଆପଣା ଥିଲେରେ ମନ
ରେ ସତ୍ୟ, ଭକ୍ତି, ପ୍ରେମ ର ଭାବ ।
ତୋର ଖୁସିର ବର୍ଣ୍ଣମାଳା ଦିନେ ହଜି ତ ଯିବ,
ଗର୍ବ ଅହଂକାର କାହା ପାଇଁ
କାହିଁକି? କଳ ବଳ କଉଶଳ ଶିଖି ଅଛୁ ତୁହି
ଏ ଅଳୀକ ଭୌତିକ ସମ୍ପତ୍ତି ପାଇଁ ।
ତୁ ତ ମାଆର ଜଠର ମଧ୍ୟରୁ ଆସିଛୁ, ଭୁଲି,
ଝିଅ ବୋହୁଙ୍କର ଇଜତ ଲୁଟିଲୁ
କାହିଁକି? ଡାକ୍ତର ହୋଇ ମିଛରେ ଗର୍ଭର
ସୁସ୍ଥତା ପାଇଁ ଗର୍ଭପାତ କରାଇଲୁ ।
ଆରେ ଚଣ୍ଡାଳ, ସମାଜରେ ଆତଂକ କରି
ସଜାଉଛୁ କେତେ ହତାଶା ଦୁର୍ଦ୍ଦଶା
ଜାଣି କି ପାରୁନୁ ତୋ ଯୋଗୁ ଏ ମାନବ
ଧର୍ମ ପରା ଲଭିଛି ବିପରୀତ ଦିଶା ।
