BHABANAKSHI
BHABANAKSHI
ମନ ଯମୁନାରେ ସପନ ଜୁଆର
ଚହଲାଏ ଧୀର ପାଣି,
ମନର ମନ୍ଦିରେ ଆଂକେ ଇନ୍ଦ୍ରଧନୁ
ସପନେ ବହେ ଉଜାଣି ॥
ଭାବ ନିଶୀ କୁଂଜେ ପରିଂକ ରାଇଜେ
ଉଡି ପୁଷ୍ପକ ବିମାନେ,
ନୀରଦ ଫାଟକେ ଲୁଚି ଦେଖୁଥିଲା
ବିରହ ପ୍ରୀତି ସପନେ ॥
ନୀଳ ନୀଳିମାର ଶ୍ୱେତ ଗଂଗା କୂଳେ
ମିଳନେ ରୂପସୀ ବାଳା,
ଅକୁହା ବଦନେ ଭାଷା ଗୁଂଜରଣେ
ମନକୁ କରି ଚଂଚଳା ॥
ରୂପସୀ ବାଳାର ଅସ୍ପଷ୍ଟ ବାଣୀରେ
ହଜାଇ ମୋହନ ବେଣୁ,
ସୁର ଜଗତରେ
ଖୋଜି ବୁଲୁଥିଲା
ପାଉଁଜିର ରୁଣୁଝୁଣୁ ॥
ପଥର ପାବଛେ ପାଦ ଆଂକୁଥିଲା
ଭାବକୁ କରି ଲେଖନୀ,
ତରଂଗ ମାଳାରୁ ବାଛି ତୋଳୁଥିଲା
ବିରହ ପ୍ରେମ କାହାଣୀ ॥
ମନ ଅତଡାରେ ଧୋଇ ଯାଉଥିଲା
ଭୂବନ ମୋହିନୀ ରୂପ,
ପୁନେଇ ଜହ୍ନର ସଫା ଆଲୁଅରେ
ଦିଶୁଥିଲା ଅପରୂପ ॥
ମାଧୁରୀ ବେଳାରେ ମାଧୁର୍ଯ୍ୟ ମେଳାରେ
ମାଧୁରିକୁ ଶଯ୍ୟା କରି ,
ମନର ମରୁରେ ଖୋଜି ବୁଲୁଥିଲା
ପୀରତିର ଫୁଲ ଝରି ॥