STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ଭାରତୀୟ ସଂସ୍କୃତିର ଆଜିର ଅବସ୍ଥା

ଭାରତୀୟ ସଂସ୍କୃତିର ଆଜିର ଅବସ୍ଥା

1 min
424


କହୁଛେ ଆମେ, ମହାନ୍ ମୋ ଜନ୍ମମାଟି, 

ତାହା ଏକ ଅନନ୍ୟ ସଂସ୍କୃତି,

ବଣ୍ଟାଯାଏ ସଦା ସର୍ବଦା ପରା ମଣିଷ ମଣିଷ 

ଭିତରେ ଭାଇଚାରାର ପ୍ରୀତି |


ମୋ ଗାଆଁ ମାଟି ମୋର ଚନ୍ଦନ ତା ଜଳ 

ଜଂଗଲ ମୋର ଅଟଇ ପାଦୁକ,

ଲାଗୁଛି କି ମନେ ପ୍ରୀତି, ବିକ୍ରି ହୁଏ ଯେବେ

ଭାଂଗି ତା ସ୍ଵର୍ଗୀୟ ମହକ |


ଜାଣିଛେ ସମସ୍ତେ ପ୍ରଶଂସା ଉପରେ ପ୍ରଶଂସା 

ଢାଳେ ଯେଉଁ ଲୋକ ଆଜି,

ସ୍ବାର୍ଥରେ ବାଧା ଆସିଲେ ଜଣେ, ନିନ୍ଦିବ ଓ ଗୁଳି

କରିବ ତୁମକୁ ଶତୃ ସାଜି ।


ବାପୁ ତ ଥିଲ ତୁମେ ସତ୍ୟ, ନ୍ୟାୟ, ସମତା 

ଓ ମୂଲକରେ ଅହିଂସାର ପୂଜକ 

ଅହିଂସା ମାଧ୍ୟମେ ଅନ୍ୟାୟ ବିରୁଦ୍ଧେ ଥିଲ

ଆନ୍ଦୋଳନର ପରମ ପ୍ରତୀକ।


ସ୍ୱାଧୀନ ପାଇଲେ, ତୁମକୁ ମାରିଲେ ନାହିଁ 

କି ମତାନ୍ଧ ଧର୍ମାନ୍ଧ ସେଵକ

ତୁମ ଆବର୍ତ୍ତନରେ ମତାନ୍ଧ, ଘର ଭିତରେ ନାକ 

ଟେକନ୍ତି, ଭୋଟ ପାଇଁ କରନ୍ତି ତୁମ ଟେକ।


ଅହିଂସା ହଜି, ଧର୍ମ ନିରପେକ୍ଷ, ସାମାଜିକ 

ନ୍ୟାୟ ସମ୍ବିଧାନ ଗଲାଣି ବିଗିଡି

ଧର୍ମାନ୍ଧ ମତାନ୍ଧର ଦିନକୁ ଦିନ ଡ୍ରାମାବାଜିରେ 

ସତ୍ୟତା ଗଲାଣି ଭୁଷୁଡି ।


ଚୋରି, ଲାଞ୍ଜ, ଅତ୍ୟାଚାର, ବଢି ବଢି ଚାଲିଛି 

ନାରୀ ଆଜି ବାଟରେ ପାରୁନି ଚାଲି

ସାଧୁତା, ସଂସ୍କୃତି ନାମରେ, ଗାଁ ଗାଁରେ ହିଂସା

ଜଳୁଛି, ଭାଇଚାରା ଗଲେଣି ଭୂଲି।


କେଉଁ ମତାନ୍ଧ କହୁଛି, ଅଚ୍ୟୁତ ବର୍ଣ୍ଣିତ ସବୁ ତ

ହେବ, ଏ କଳିଯୁଗ ଲୀଳା ଭୂଇଁ

ଲାଗିବ କଳକୀ ଲୀଳା, ଉଡିବ ଅନନ୍ତ ଧ୍ବଜା, 

ଦେଖିବ ସେ ପାପୀ ଶରୀର ନେଇ |


ଏ କଣ, ନିସ୍ୱାର୍ଥ ଆତ୍ମାର କର୍ମ ଯୋଗ ଆଉ 

ସ୍ୱଚ୍ଛତାର ବାର୍ତ୍ତା, କୁହ ଭଉଣୀ ଭାଇ,

ଦିନକୁ ଦିନ ଭାରତୀୟ ସଂସ୍କୃତିର ଚିହ୍ନ ଭିନ୍ନ 

ହଟାଇବା ଯୋଜନା ଯାଉଛି କି ବହି |


ହେ ବାପୁ, ତୁମ କୁଟୀର ଶିଳ୍ପ, ଗାଁ ସଂସ୍କୃତିର 

ସ୍ୱପ୍ନ ସବୁ ତ ଧ୍ୱଂସ ବିଧ୍ୱଂସ ହେଲାଣି

ତୁମକୁ ପଥର ସଜାଇ, ଅନ୍ୟାୟୀ ରାବଣ, ଧୂପ 

ପୁଷ୍ପ ଦେଇ, ସବୁଆଡେ ମାତି ଗଲେଣି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract