Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Classics Inspirational

4  

Amit Bal

Action Classics Inspirational

ଭାରତ ଭାଗ୍ୟ ବିଧାତା

ଭାରତ ଭାଗ୍ୟ ବିଧାତା

1 min
409


ଆସିଲା ପ୍ରଭାତ ନୂତନ ଆଲୋକେ

    ତମସା ଦୂରେଇ ଦେଇ

ସ୍ବାଧୀନ ଭାରତ ଜଗତେ ହସିଲା

   ନଭେ ତ୍ରିରଙ୍ଗା ଉଡେଇ ।


ସ୍ବପ୍ନ ସତ ହେଲା ଦେଶ ଭକ୍ତଙ୍କର

   ଧନ୍ୟ ହେଲେ ବଳିଦାନୀ 

ମାତୃଭୂମି ପାଇଁ ଜୀବନ ଯେ ଦେଲେ

    ଭାରି ଥିଲେ ଅଭିମାନୀ ।


ପଦ ପଦବୀରେ ଲୋଭ ନଥିଲା

    ସ୍ବାଧୀନତା ଥିଲା ଲକ୍ଷ୍ୟ

ମୃତ୍ୟୁ କେବେ ତାଙ୍କୁ ଡରାଇ ପାରିନି

     ଇତିହାସେ ଅଛି ସାକ୍ଷ୍ୟ ।


ହସି ହସି ଯିଏ ଫାଶୀରେ ଚଢିଲେ

    ପାଇଥିଲେ କଳାପାଣି

ଭାରତର ସେ ବୀର ସନ୍ତାନ ଗଣ

     ଅମର ତାଙ୍କ କାହାଣୀ ।


କରିଛୁକି ଆମେ ତାଙ୍କୁ ସମ୍ମାନୀତ

     ପୂଜିଛୁ ଆଦର କରି

ନିଜ ସ୍ବାର୍ଥେ ଆମେ ଅନ୍ଧ ପାଲଟିଛୁ

    ସ୍ବାର୍ଥପର ଲୋକ ପରି  ।


ଭାରତ ମାତାର କି ଋଣ ସୁଝିବା

     ଛଳନା ଭିତରେ ରହି

ଶପଥ କରିବା ଆଜିଠାରୁ ଆସ

   ଅନ୍ୟାୟ ଦେବା ଦୂରେଇ ।


Rate this content
Log in

Similar oriya poem from Action