ଭାରତ ଆକାଶେ ଉଇଛି ରବି ସଭିଙ୍କ ହୃଦୟେ ତ୍ରିରଙ୍ଗା ଛବି
ଭାରତ ଆକାଶେ ଉଇଛି ରବି ସଭିଙ୍କ ହୃଦୟେ ତ୍ରିରଙ୍ଗା ଛବି
ସ୍ଵାଧିନତା ଦିବସେ ରାତି ପାହିଛି
ଭାରତ ମାତାର ଜୟ ଗାନ ହେଉଛି
ଘରେ ଘରେ ଉଡ଼ୁ ଅଛି ତ୍ରିରଙ୍ଗା ଧ୍ଵଜା
ହେଉଅଛି ସବୁଠି ଭାରତ ମାତାର ପୂଜା
କିଏ ମୁହଁ ରେ ତ୍ରିରଙ୍ଗା ଛବି କରିଛି
କିଏ ହାତେ ତ୍ରିରଙ୍ଗା ଧରି ଉଡାଉ ଅଛି
ତ୍ରିରଙ୍ଗା ସୁନିଲ ଅମ୍ବରେ ଉଡି ଯାଏ ଫର ଫର
ଦୂର ଦୁରାନ୍ତରୁ ଦିସୁ ଅଛି ଭାରି ସୁନ୍ଦର
ଛାତ୍ର ଛାତ୍ରୀ ବିଦ୍ୟାଳୟ ତ୍ରିରଙ୍ଗା ଧରି ଯାଆନ୍ତି
ହାତେ ତ୍ରିରଙ୍ଗା ଧରି ଗାଁ ଦାଣ୍ଡେ ଗୀତ ଗାଇ ବୁଲନ୍ତି
ବିଦ୍ୟାଳୟ ହେଉ ଅବା କାଯ୍ୟାଳୟ
ସବୁଠି ତ୍ରିରଙ୍ଗା ସୁନ୍ଦର
ତ୍ରିରଙ୍ଗା କୁ କରି ଯାଏ ପ୍ରଣାମ ବାରମ୍ବାର
ସବୁରି ମୁଖେ ଜାତୀୟ ସଂଗୀତ ଶୋଭା ପାଏ
ସ୍ୱାଧୀନତା ର ଏ ଅମୃତ ବେଳା ରେ
ହୃଦୟରେ ତ୍ରିରଙ୍ଗା ଥାଏ
ତ୍ରିରଙ୍ଗା ତଳେ ଉତ୍ସବ ହେଉ ଅଛି ସବୁଠି
କେତେ ନାଚ ଗୀତ ହୁଏ ତ୍ରିରଙ୍ଗା ଥାଏ ଯେଉଁଠି ।।
