ଭାରି ମନେ ପଡୁଅଛ
ଭାରି ମନେ ପଡୁଅଛ
ଚାଲିଗଲ ତୁମେ ଛାଡିଦେଇ ହାତ
ସାଥୀ ମୋର ନୀରବତା
ଭୁଲି ପାରୁନାହିଁ ମନୁ ତୁମ କଥା
ଜୀବନଟା ଲାଗେ ବୃଥା ।
ବସିଲେ ଉଠିଲେ ଦିଶଇ ସବୁଠି
ଜଳଜଳ ତୁମ ରୂପ
ଲାଗଇ ଅସାର ଏଇ ସ°ସାରଟା
ମିଛମାୟା ଅନ୍ଧକୂପ ।
ରୁଚେନି ପାଟିକୁ ପାନୀୟ ଆହାର
ଆଖିକୁ ଆସେନି ନିଦ
ଛାଇ ହୋଇଯାଏ ଦିନରେ ଅନ୍ଧାର
ଗତିଶୂନ୍ୟ ହୁଏ ପାଦ ।
ସାଥୀ ତୁମ ବିନା ଯନ୍ତ୍ରଣା ଜର୍ଜର
ବିରହ ବିଧୂର ପ୍ରାଣ
କପୋତଟି ପରି ବାହୁନେ ଏକାକୀ
ଭାବି ଭାବି ହୁଏ କ୍ଷୀଣ ।
ଆକାଶେ ବତାଶେ ସରଗେ ମରତେ
ଯେଉଁଠାରେ ରହୁଅଛ
ଶୁଣିବ ନିଶ୍ଚୟ କହୁଅଛି ସତ
ଭାରି ମନେ ପଡୁଅଛ ।