STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଭାଙ୍ଗିଗଲା ଅଭିମାନ

ଭାଙ୍ଗିଗଲା ଅଭିମାନ

1 min
302



ଜୀବନରେ ନିତି ଦେବପୁଜା ନୀତି    ନିଷ୍ଠା ନିୟମ ରେ କରି

ସେବା କରୁଥାନ୍ତି ହୃଦେ ଈଶ୍ଵର ଙ୍କ    ନାମକୁ ସ୍ମରଣ କରି ।।


ପ୍ରତ୍ୟହ ପ୍ରଭାତୁ ନିତ୍ୟକର୍ମ ସାରି     ସୁଦ୍ଧପୂତ ହୋଇ ନିଜେ

ତୁମ ପ୍ରତିମା କୁ ମନ୍ତ୍ର ପାଠେ“ସିଂହା-  ସନରେ” କରାନ୍ତି ବିଜେ ।।


ନାନା ରଙ୍ଗ, ମଧୁ ସୈାରଭ କୁସୁମ    ଗଜରାରେ ଆଭୂଷିତ

କର୍ପୁର,କସ୍ତୁରୀ, ଗୋ’ଚନା, ଚନ୍ଦନେ   ଭରି କରେ ବିଭୂଷିତ ।।


ରସାଳ ପ୍ରସାଦ ସୁସ୍ଵାଦୁ ବ୍ୟଞ୍ଜନ     ଅର୍ପି କରେ ନଇବେଦ୍ୟ

ତେଣୁ ଭକ୍ତ ମନ ତାଙ୍କ ଦରଶନ     ଉଦ୍ଭବିବା “ପ୍ରାୟ ସ୍ଵତଃ” ! ।।


ଏହି ଭାବନାରେ କେତେକାଳ ଗଲା   ଠାକୁର ନଦେଲେ ଦେଖା

ସୟନେ, ସପନେ,ଅବା ଯାଗରଣେ   କାହିଁ ବାଟେ,ଘାଟେ ଅବା ।।


ବହୁ କାଳପରେ ସେଦିନ ପାହାନ୍ତି     ପ୍ରହର ନିର୍ଜନ ବେଳେ

ଶୁଣଇ ଅସ୍ପଷ୍ଟ ଲାଳିତ୍ୟ ବଚନ   କିଏ କହୁଛି ଅଦୂରେ ।।


ମନ ଗରବରେ ହୃଦୟ ତ ତୋର      ପୁରାଇ ରଖିଛୁ ବାବୁ

କେମିତି ଭାବୁଛୁ ଦେଖିବୁ ମୋତେତୁ   କିଅବା ସମ୍ମାନ ଦେବୁ ।।


ଆସିଲେ କି ହେବ ନିରାଶରେ ଫେରି    ଯିବାକୁ ପଡ଼ିବ ମୋତେ

ହୃଦୟେ ତୋହର ଅହଂ ଭାବ ଭରା     ସେବାକରୁ ବୋଲି ଏତେ ।।


ଏକାଗ୍ର ନିଷ୍କାମ ଅହଂଶୂନ୍ୟ ହୋଇ   ଯେ ଚିନ୍ତେ ମୋତେରେ ଧନ

ସେହିଏକା ସିନା ଲଭିବ ମୋହର    ଏ ଦୁର୍ଲ୍ଲଭ ଦରଶନ ।।


ମୋହ ଭାଙ୍ଗି ଗଲା ଭକତ ସ୍ତମ୍ଭିତ     କ୍ଷମାକର ଭଗବାନ

କ୍ଷଣକେ ତୁଟିଲା ମନର ଗରବ     ଥିଲା ଯେତେ ଅଭିମାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract