ଭାଲେଣ୍ଟାଇନ୍ ଦିନର ପ୍ରେମ କବିତା
ଭାଲେଣ୍ଟାଇନ୍ ଦିନର ପ୍ରେମ କବିତା
ଭାଲେଣ୍ଟାଇନ୍ ରେ ନୂଆ ଦିଶୁଥିଲା
ମୋର ସୁନେଲି ପ୍ରିୟା
ଘାଗରା ପିନ୍ଧା ଶରୀରରେ
କୋମଳ ଓଠ ରେ ନାଲି ଲିପଷ୍ଟିକ୍ ରେ
ଦିଶୁଥିଲା ଖାଲି ରସରେ ରସାଲୀ ।
ଚିକ୍କଣ ଗାଲକୁ ଦଗଦଗ ଚେହେରା
ଅଣ୍ଟା ହଲାଇ ଚାଲିବା ତୁମ ଅପସରୀ ଢ଼ଙ୍ଗ
ଆଖିରେ ମାରୁଥିଲ କେତେ ତୀର
ମୋତେ କିଣିନେଲା ସେ ରୂପସୀ ।
ସେ ଦିନ ଏ ଭଅଁର ହେଲା ପାଗଳ
ତା'କୁ ପାଇବା ପାଇଁ
ସମୁଦ୍ର ଯଦି ଲଘିଂବାକୁ ହେବ
ସେମିତି ମନ ମୋର ବାନ୍ଧିଲା ।
ପ୍ରିୟା ମୋର ସଖୀ କୋଳେ କେତେ ହସୁଥିଲା
ଲୁଚିଛପି ଦେଖୁଥିଲି ଝରକା ପାଖରେ
ଗୋଲାପ ଫୁଲ ଧରି ଅଭିନନ୍ଦନ
କରୁଥିଲି ଏକା ଏକା
ପୁଣି ତୁମର ପାଖକୁ ଯାଇ ଫେରି ଆସୁଥିଲି
ଚିଠି ଟିଏ ଛୋଟ ପିଲା ଟି ହାତରେ ପଠାଇଥିଲି
ଏ ଚିଠି ପଢ଼ି ପ୍ରିୟା ମୋର ଭାରି ରାଗିଲା
ଗାଳି ଦେଇ ମନ ମୋର ଆଘାତ କରିଲା ।
ନିରାଶରେ ବସିଥିଲି କୁଞ୍ଜବନେ
ସେତେବେଳେ ରାଧିକା ହସରେ
I love you କହି
ମୋର ହୃଦୟ ଜିଣିଲା।
ସନ୍ଧ୍ୟାରେ ପ୍ରେମ ଗାଥାରେ ଜୀବନ ବିତିଲା
ଶୁଆ- ଶାରୀ ର ମିଳନ ହେଲା
ଭାଲେଣ୍ଟାଇନ୍ କୁ ସାକ୍ଷୀ ରଖି
ଏ ପ୍ରେମ ବନ୍ଧନ ଆମର ଅମର ହେଲା।