STORYMIRROR

Kshitish Jena

Abstract Romance Inspirational

3  

Kshitish Jena

Abstract Romance Inspirational

ଭାଲେଣ୍ଟାଇନ୍‌ ଡ଼େ

ଭାଲେଣ୍ଟାଇନ୍‌ ଡ଼େ

1 min
169


ପ୍ରେମ ଯେ ଶାଶ୍ଵତ ପ୍ରେମ ଚିରନ୍ତନ

ପ୍ରେମ ଯେ ଅଟେ ଅମର

ପ୍ରେମ ନୁହେଁ ପାପ ନୁହେଁ ଅଭିଶାପ

ପ୍ରେମ ଯେ ଗଙ୍ଗାର ଧାର ।


ପ୍ରେମିକ ପ୍ରେମିକା ହୁଅନ୍ତିରେ ଖୁସି

ପ୍ରେମ ସପ୍ତାହ ଆସିଲେ

ପରସ୍ପର ମଧ୍ୟେ ମିଠା ମିଠା କଥା

ଭାବ ଦିଆ ନିଆ ଚାଲେ ।


ପାର୍କ ହେଉ ବା ସପିଙ୍ଗ୍ ମହଲ

ହେଉ ନୂଆ ଜାଗା କିଛି 

ବୁଲା ବୁଲିରେ ଯେ ବିତି ଯାଏ ଦିନ

ପାଖେ ଥାଏ ଯଦି ସ।ଥୀ ।


ଫେବୄଆରୀ ସାତ ତାରିଖରେ ଜଣେ

ଅନ୍ୟକୁ ଗୋଲାପ ଦେଇ

ରୋଜ୍ ଡେ କୁ ପାଳନ୍ତି ଖୁସିରେ

ପ୍ରେମର ପ୍ରତୀକ ଏହି ।


ତା' ପରଦିନ ଆଠ ତାରିଖରେ

ପ୍ରପୋଜ୍‌ ଡେ ଆସେ ପରା

ବିଭିନ୍ନ ଢଙ୍ଗରେ ପ୍ରେମିକ ପ୍ରେମିକା

ପ୍ରପୋଜ୍‌ କରନ୍ତି ପରା ।


ନଅ ତାରିଖରେ ସାଥୀ ଟି ସାଥୀକୁ

ଚକୋଲେଟ୍ କିଛି ଦେଇ

ଚକୋଲେଟ୍ ଡ଼େ ପାଳନ୍ତି ସେମାନେ

ଏହିଦିନ ପରା ସେହି ।


ଟେଡ଼ି ଡ଼େ ଓ ପ୍ରମିଜ୍ ଡ଼େ ପରା

ଆସିଥାଏ ପରେ ପରେ

ହକ୍‌ ଡ଼େ ଓ କିସ୍ ଡ଼େ କୁ ପାଳନ୍ତି 

ତା ପରେ ଅତି ଖୁସିରେ ।


ଫେବୃଆରୀ ମାସ ଚଉଦ ତାରିଖ

ପରଦିନ ଆସିଥାଏ

ଭାଲେଣ୍ଟାଇନ୍‌ ଡ଼େ କେହି ଓଡ଼ିଆରେ

ପ୍ରେମ ଦିବସ ଯେ କହେ ।


କେଦାର ଗୌରୀ ପ୍ରେମ ଯେ ଅମର

ଅଛି ପ୍ରତି ହୃଦୟରେ

ତାଜମହଲ ଅଟେ ଗଭୀର ପ୍ରେମର

ସ୍ମୃତି ସୌଧ ଆଗ୍ରା ଠାରେ ।


ଲଭ ଲାଙ୍ଗୁଏଜର ପ୍ରତିଟି ଅକ୍ଷର

ଲାଗିଥାଏ ମିଠା ଭଳି

ଭାଲେଣ୍ଟାଇନ୍ ଡେ ରେ ଜଣେ ଜଣ ପ୍ରତି

ସ୍ନେହ ପ୍ରେମ ଦେବା ଢାଳି ।



Rate this content
Log in

Similar oriya poem from Abstract