Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଭାଗ୍ୟ ଭଗବାନ ଭୁଲକଥା

ଭାଗ୍ୟ ଭଗବାନ ଭୁଲକଥା

1 min
234



ଜୀବନରେ ଏତେ କଷ୍ଟ ମୁଁ ସହୁଛି

କାହିଁକି କୁହ ତ ମୋତେ

ତୁମପାଇଁ ସବୁ ସୁଖ ଲେଖା ଅଛି

ମୋ ପାଇଁକି ଦୁଃଖ ଯେତେ I


ହେତୁ ହେଲା ଦିନୁ ବିଶ୍ରାମ ନେଇନି

ଗଧ ଭଳି ଖଟେ ନିତି

ତୁମେ ସବୁବେଳେ ହସ ହସ ମୁହଁ

ମୋ ଆଖିରେ ଲୁହ ଭର୍ତ୍ତି I


ପୂର୍ବ ଜନମର କର୍ମଫଳ କ‘ଣ

ସତେ ମୁଁ ଭୋଗୁଛି ଆଜି

ତା‘ ଯଦି ସତ, ସେ ଜନମ କଥା

କିଛି ମୁଁ ପାରୁନି ହେଜି I


ସେ ଜନ୍ମରେ କ‘ଣ ଏ ଦେହଟି ଥିଲା

ଯିଏ କରିଥିଲା ପାପ

ତାହେଲେ କାହିଁକି ସେ ଦେହର ପାପ

ଏ ଦେହକୁ ଦିଏ କଷ୍ଟ I


 ମୁଁ ତେଣୁ ଭାବୁଛି ଭାଗ୍ୟ ଭଗବାନ

ସବୁ ମନଗଢା କଥା

ତୁମପାଇଁ ସବୁ ପରିଶ୍ରମ ଫଳ

ଆମ ଭାଗ୍ୟେ ଲେଖା ବ୍ୟଥା I

          


Rate this content
Log in

Similar oriya poem from Abstract