Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Abstract Inspirational

4  

Pranati Mahapatra

Abstract Inspirational

ନ୍ୟାୟବନ୍ତ ଧର୍ମରାଜ

ନ୍ୟାୟବନ୍ତ ଧର୍ମରାଜ

1 min
607


ଝୁମ୍ପୁଡି କୁଡିଆ ଭୂଇଁ ଧରିଲାଣି

ଦେଖୁନ କି ମହାବାହୁ,

ଆଶାର ସୌଧ ତ ଚୁରମାର ହୋଇଲା

ଲୁହ ବହେ ହୋଇ ଲହୁ,

ଅଟକୁଛି କହୁ କହୁ

ଅଣଚାଶ ବାଆ ଧସେଇ ପଶିଲା

କିସ କହିବି ମୁଁ ଆଉ ।


ସୁଖରେ ଥିଲି ମୁଁ ଗଣ୍ଡେ ଖାଇ ଦଣ୍ଡେ

ଜିଇଁ ଥିଲି ନିର୍ଦ୍ଵନ୍ଦରେ,

କପଟ ପଶାକୁ ଖେଳେଇ ଶକୁନି

ବାଧା ଦେଲା ମୋ ସ୍ଵପ୍ନରେ,

କିଛି ଚାହିଁ ନାହିଁ ଜୀବନରେ 

ସବୁ ତୁମଦାନ ଗ୍ରହଣ କରିଛି

 ମହାବାହୁ ମୁଁ ଖୁସିରେ ।


କେମିତି ତୋ ନ୍ୟାୟ ନିକିତି କରୁଛି

ନ୍ୟାୟବନ୍ତ ତୁ ଦେବତା,

ଅନୀତି ଦୁର୍ନୀତି ପାଖରେ କେମିତି

ନ୍ୟାୟଧୀଶ ନୀରବତା

ସବୁ ତୁ ଆଶା ଭରସା

ଦଣ୍ଡଧାରୀ ଯଦି ଅନ୍ୟାୟ ପାଖରେ

ନୁଆଁଇ ଦେଉ କି ମଥା ।


ଶୁଣିଅଛି କାହିଁ କେଉଁ କାଳୁ ପ୍ରଭୁ 

 ତୁ ନ୍ୟାୟବନ୍ତ ଧର୍ମରାଜ,

ତୋ ସାମ୍ରାଜ୍ୟ ରକ୍ଷା କରିବାକୁ କିବା

ଅବତାର ନାହିଁ ଆଜ,

ଦେଖ ପ୍ରଭୁ ଏ ସମାଜ

ଛଳ କପଟକୁ ଆଭୂଷଣ କରି

ଭିକାରୀ ପୁଣି କେ ରାଜ ।


ଆସ ପ୍ରଭୁ ଏହି ଧରାକୁ ଥରଟେ

ନ ହୋଇ କେବେ ନୀରବ ,

ଧର୍ମର ଜୟ ଅଧର୍ମ ବିନାଶ

ବିଶ୍ଵାସ କରନ୍ତୁ ସର୍ବ

ସତ୍ୟ ଧର୍ମ ନ୍ୟାୟ ବିଶ୍ବାସ ରହୁ

ଦୋଷୀ ଦଣ୍ଡରେ ଦଣ୍ଡିତ ।


Rate this content
Log in

Similar oriya poem from Abstract