ଦିନ ସବୁ ଗଲା ଚାଲି
ଦିନ ସବୁ ଗଲା ଚାଲି
ଜୀବନ ଯନ୍ତ୍ରଣା କରେ ଅସ୍ତବ୍ୟସ୍ତ
ଛାତିରେ ଅସହ୍ୟ ବ୍ୟଥା
ବୃଦ୍ଧାବସ୍ଥା ଆସି ପାଶେ ଉପଗତ
ସେଥିପାଇଁ ବଡ଼ ଚିନ୍ତା।
ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ
ଆଉ କି ପାରିବି ଚାଲି
ସେପାରିରୁ ମୃତ୍ୟୁ ଇଶାରା ଦେଲାଣି
ନାହିଁ ଆଉ ବେଶୀ ଡେରି |
ଭାବିଥିଲି ମନେ କରିବାକୁ ଯାହା
ସବୁ ରହିଗଲା ଅଧା
ଆସିଥିଲି ଏକା ଏବେ ଯିବି ଏକା
ସାରି ସଂସାର ସଉଦା |
ଅସୁମାରୀ ଦୁଃଖ ହୃଦୟ ଭିତରେ
ଜମାଟ ବାନ୍ଧିଛି ଆଜି
ଯିବାବେଳ ହେଲା ଯିବାକୁ ପଡ଼ିବ
ଥକିଯାଏ ସୁଖ ଖୋଜି।
ଆଳସ୍ୟ ପଣରେ ଅବୁଝା ହୋଇ ମୁଁ
ଲୋଭରେ ହୋଇଲି ବଶ
ପ୍ରଭୁ ଜଗନ୍ନାଥ ତୁମପାଦ ତଳେ
ଜୀବନ ମୋ ହେଉ ଶେଷ |
ଏବେ ଆଉ ଭୁଲ ହେବନାହିଁ ମୋର
ଛାଡ଼ିବି ସଂସାର ମୋହ
ପ୍ରଭୁଙ୍କ ନାମକୁ ଜପାମାଳୀ କରି
ସତ୍ୟରେ ରଖିବି ଲୟ |