ନିର୍ବାଣ କେମିତି
ନିର୍ବାଣ କେମିତି
ସେମିତି ଭାବୁଛି ଯେମିତି ତ ଭାବେ
ସେମିତି ଚାହିଁ ରହିଛି,
ଉତୁରା ବୟସେ ଭାବର ସହରେ
ତରୁ ଡାଳେ ସାଥେ ବସିଛି,
ଫେରିବା ପଥ ଦେଖୁଛି
ପାଶେ ଆସି ବସି କହିଦେବ ହସି
ଫୁଲେଇ ରାଣୀ କି ଋଷିଛି।
ପ୍ରିୟ ନୁହେଁ ପ୍ରିୟତମ ତୁମେ ମୋର
ଯେହ୍ନେ ତପନର ସମ,
ଚକୋର ଚକୋରୀ ଚାନ୍ଦ କଇଁ ପରି
ସମ୍ପର୍କ ଯେ ଆମ ତୁମ,
ସରିବନି ସଦା ହେବ ଆରମ୍ଭ
ନିତି ପଢେ ତୁମ ସହାସ୍ୟ ବଦନୁ
ପ୍ରଫୁଲ୍ଲିତ ସାରମର୍ମ।
ନିର୍ବାଣ ନେବାକୁ ଚାହିଁ ରହିଥିଲି
ଅର୍ଦ୍ଧଦଗ୍ଧ ପ୍ରାୟ ଜଳୁଛି,
ଦୀର୍ଘ ଶ୍ଵାସ ଖାଲି ରହି ରହି ନେଇ
ଅଫେରା ପଥକୁ ଚାହିଁଛି,
ଭାବରେ କବିତା ହୋଇଛି
ପ୍ରେମତରୀ କିବା ବାହିବି ହେ କୁହ
କଟାକ୍ଷ କଥାକୁ ଭାବୁଛି।
ପ୍ରିୟତମ ସିନା ମନରେ ରହିଲ
ବନ୍ଧୁର ମନକୁ ଦେଖୁଛି,
ଅପରାହ୍ନେ ଆଉ ମୋହ କି କରିବି
ସମ୍ପର୍କରେ ବାନ୍ଧି ଦେଇଛି,
ପ୍ରଶଂସା ନୁହେଁ ମ'
ଆବିଳତା ନୁହେଁ ଆକର୍ଷଣ ଖାଲି
ରାଧାକୃଷ୍ଣ ଡୋରେ ଦେଖୁଛି।