STORYMIRROR

Sumitra Nayak 😊Beby😊

Abstract

4.5  

Sumitra Nayak 😊Beby😊

Abstract

ଐଶ୍ଵର୍ଯ୍ୟ ମଣ୍ଡିତା

ଐଶ୍ଵର୍ଯ୍ୟ ମଣ୍ଡିତା

1 min
543


ଐଶ୍ଵର୍ଯ୍ୟ ମଣ୍ଡିତା          ପ୍ରକୃତି ର ଚିତା

           ଶରତ ପକାଇ ଫେରେ '

ନଦୀ ତଟନୀ ରେ          କେଡେ ଶୋଭନୀୟ

           କାଶ ତଣ୍ଡି ପୁଷ୍ପ ଭରେ..।।

କେତେ ସେ ମଞ୍ଜୁଳ         ଶୁଭ୍ର ତାର ପୁଷ୍ପ

            ତୀର ଆଚ୍ଛାଦିତ କରେ '

ନୟନ ଦେଖିଣ              ଦର୍ଶନୀୟ ସ୍ଥାନ

            ଆତ୍ମ ସନ୍ତୋଷ ସେ କରେ...।।

ମରୁତ ଚଳିଲେ              କାଶତଣ୍ଡି ପୁଷ୍ପ

         ଢେଉ ଢେଉକା ସେ ଖେଳେ '

ନଦୀ ନୀର ସମ              ଉଛୁଳି ପଡ଼ଇ

          ସୌନ୍ଦର୍ଯ୍ୟ ଆବୃତ ଚଳେ ...।।

ଗହନ ବନ ର                ଶୁଭ୍ର ପୁଷ୍ପ ମାଳ

           ନଦୀ ଅଳଙ୍କୃତ କରେ '

ଫୁଟି ଝରିଯିବ                ସ୍ଵଳ୍ପ ସମ ମଧ୍ୟେ

           ପ୍ରକୃତି ଭଣ୍ଡାର ଭରେ..।

ଅମୂଲ୍ୟ ଅତୁଲ୍ୟ             କଳନା କି ହେବ

          କେତେ ଉଲ୍ଲାସ ସେ ଭରେ '

ପ୍ରକୃତି ଛାଡିଛି               କ୍ଲେଶ ଦୂରୀଭୂତ

           ଶସ୍ତ୍ର କଷଣ ଯେ ହରେ...।।

ମନ ଆନନ୍ଦିତ               &

nbsp;ଉପଭୋଗ୍ୟ ଭିତ

            ନଦୀ ବେଢା ରେ ମୁଁ ବସି '

ଯେତେ ଦେଖୁଥାଏ           ପ୍ରକୃତି ସୌନ୍ଦର୍ଯ୍ୟ

             ନୟନ ମୋ ହସି ହସି...।।

ଉଛୁଳା ନଦୀର                ଢେଉ ମାଳ ମାଳ

            ଅତଡା ପଖାଳି କହେ '

ମୋର ତଟେ ସ୍ଥିତ             କାଶତଣ୍ଡୀ ପୁଷ୍ପ

            ସୌନ୍ଦର୍ଯ୍ୟ ବଢାଇ ଦିଏ...।।

ସ୍ଵଳ୍ପ ଦିନ ସତ                 ମୋର ପୁଷ୍ପଭିତ

           ବରଷ କେ ଥରେ ଫେରେ '

ଯେଉଁ ଉଲ୍ଲାସକ              ଯେତେ ସୁଖ ଯାକ

           ଅନ୍ୟ କୁ ହସାଇ ଫେରେ...।।

ପବନ ବୁହାଇ                ପାଖୁଡା ଉଡାଇ

             ନେଇଯାଏ ଦୂରାନ୍ତ କୁ '

ଚତୁର୍ଦ୍ଦିଗ ସାରା               ଶୁଭ୍ର ଯେ ପାଖୁଡା

              ପ୍ରକୃତି ସ୍ନାନେ ଅଙ୍ଗକୁ..।।

ନୁହଁଇ ଅଲୋଡା             ପ୍ରକୃତି ର କାୟା '

              ମନ ସ୍ତରୀଭୂତ କରେ '

ଯେତେ ସମ ପାଇଁ           ରହଇ ଏ କ୍ଷଣି

              କାଶ ତଣ୍ଡି ଦୁଃଖ ହରେ.... ।

ଜୟ ଜଗନ୍ନାଥ ।


Rate this content
Log in

Similar oriya poem from Abstract