STORYMIRROR

Amarananda Nayak

Abstract Others

4  

Amarananda Nayak

Abstract Others

ଈଶିତ୍ଵ

ଈଶିତ୍ଵ

1 min
478

ମାଟି ସଂସାର କୁ ଭୁଲିବାକୁ ଚାହିଁ

ଭୁଲି ହେଉ ନାହିଁ, ଭୁଲିବାକୁ ହେବ ଦିନେ। 


ମାଟି, ଛଅହାତ ବଖରାକରି ଅନାଇ ବସିଛି

ମାଟିଦେବାପାଇଁ, ମାଟି ପିତୁଳାକୁ ଦିନେ ।


ବୟସର ଶେଷ ଠିକଣା ଧରି ଚିଠି ଆସିବାକୁ

ଠିକଣା ଖୋଜୁଛି ପହଞ୍ଚିଯିବ ଠିକଣା ଦିନେ।


ମାଟି ଅଗଣାରେ କେତେ ମୁଁ ଖେଳିଲି

କେତେ ହାରିଲି, ହରାଇଲି ସାକ୍ଷୀଅଛି ସେ ଜଣେ।

କେତେ ପିଇଲି ପିୟୁଷ ପିଆଇଲି ବିଷ

କଲି ଅହନ୍ତା ଦେଲି ମମତା ଜାଣିଛି ସେ ଜଣେ।


କେତେ କରିଛି ପୂଣ୍ୟ, କେତେ ଅରଜିଲି ପାପ

କେତେ ମୁମୂର୍ଷୁ ହେଲି, ମୁମୁକ୍ଷା ପାଇଲି, ହିସାବ ରଖିଛି ଜଣେ।


କେତେ ସିଂହାସନ ଚଢ଼ିଲି, କେତେ ପାହାଚୁ ପଡ଼ିଲି

କେତେ ଉଡ଼ିଲି, କେତେ ଡେଣା ହରାଇ ପଡ଼ିଲି।


ରତ୍ନସିଂହାସନେ ମଉନେ ଦେଖୁଛିଜଣେ।

ମୋ ପାଇଁ ପୂଣ୍ୟ ର ଦୁଆର ଖୋଲା

ଅବା ପାପ ର ସାହଣ ମେଲା ।


ସବୁ ଦେଖି ହୋଇ ସାକ୍ଷୀ ସଜାଡ଼ି ରଖିଛି ଜଣେ।

ଦାରୁଭୂତ ସାଜି ଦେଖୁଛି ସଂସାର ଲୀଳା ଖେଳା

ମୋ ସଂସାର ଲୀଳାଖେଳା ଭିଆଇଛି ସେ ଜଣେ।


କୁରୁ ସଭା ପରି କଳୀ ସଭାରେ ହାତ ମୁଁ ଦେଲି ଟେକି

ତମେ ବାସଦିଅ ବା ବସନ ନିଜକୁ ଦେଇଛି ବିକି।

ତବ ଇଙ୍ଗିତେ ସବୁ ସଂଗଠିତ ହୁଏ ଜାଣିଛ ଗୋଟା ପଣେ।


ମୁଁ ମାୟା ରେ ଯଦି ହେଲି ମୋହାଛନ୍ନ

ମୋର ଅବା ଦୋଷ କଣ?

ତମେ ତ ମାୟା ଲଗାଇଛ ମାୟା ପୁରୁଷ ।

ତୋଳି ନିଅ ଆତ୍ମାଫୁଲ ବଢ଼ାଇ ପ୍ରେମ ଅଙ୍କୁଶ।


ସ୍ୱର୍ଗଦ୍ୱାରେ ଯଦି ଚାଖଣ୍ଡେ ଜାଗାଦେବ ନାହିଁ

ତବ ପଦ ପାଦ ରେଣୁ କର ହେ ଗୋସାଇଁ ।


ହେ ମହାମହିମ! ମିଟାଇ ଦିଅ ମୋ ନାମ, ଠିକଣା ଭୂଲୋକରୁ,

ତଲ୍ଲୀନ କର,ଆତ୍ମସ୍ଥ କର ମୋ ପ୍ରାଣ ମୋ ପିଣ୍ଡରୁ।



Rate this content
Log in

Similar oriya poem from Abstract