ଦିଗହଜା ଏକ ଅଭୁଲା ସ୍ମୃତି
ଦିଗହଜା ଏକ ଅଭୁଲା ସ୍ମୃତି
ବସନ୍ତଋତୁରେ କୋକିଳ ରାବରେ
ଗାଁ ତୋଟା ମୁଖରିତ
ବାଡ଼ି ବଗିଚାରେ ନାନାଜାତି ଫୁଲ
ହୋଇଛନ୍ତି ପ୍ରସ୍ଫୁଟିତ |
ପ୍ରକୃତି ର ଶୋଭା ସବୁଜସୁଷମା
ଦିଶେ ଅତି ମନୋରମ
ନବକିଶଳୟେ ପାଦପମଞ୍ଜରୀ
ଶୋଭା ଦିଶେ ଅନୁପମ
ପ୍ରଦୀପ୍ତ ହେ ତୁମ ସ୍ମୃତି ତ ଅଲିଭା
ପ୍ରଜ୍ଵଳିତ ଦୀପଶିଖା
ଅଜ୍ଞାତରାଇଜେ ଯାଇଅଛ ଚାଲି
ମିଳୁନାହିଁ ତୁମ ଦେଖା |
କିର୍ତ୍ତୀ ତ ତୁମର ହୋଇଛିଅମର
ଯେତେ ଯାହା ଅବଦାନ
ଲୋକଙ୍କ ବିପଦ ଦୂର କାରବାକୁ
ଘୁରୁଥିଲ ରାତି ଦିନ |
ଦେଖୁ ଦେଖୁ ଆଠବର୍ଷ ବିତିଗଲା
କାଳବକ୍ଷେ ହେଲ ଲୀନ
ସର୍ବଗ୍ରାସୀ କାଳ ଦେଲାସିନା ଗ୍ରାସୀ
ତୁମ ଖ୍ୟାତି ମହୀୟାନ |
ମୁଁ ଝୁରୁଛି ଆଜି ନୀରବେ କାନ୍ଦୁଛି
ଝୁରୁଛନ୍ତି ପୁତ୍ରକନ୍ୟା
ଝୁରନ୍ତି ଆକୁଳେ ସାଙ୍ଗ ସାଥୀ ଯେତେ
ଚକ୍ଷୁ ରେ ଲୋତକ ବନ୍ୟା |
ସୁଖ ଦୁଃଖ ଆମ ସୁନ୍ଦର ସଂସାରେ
କଟୁଥିଲା ଆମ ଦିନ
ତୁମେଗଲା ପରେ ସବୁ ଶୂନଶାନ
. ଏ ସଂସାର ଶ୍ରୀହୀନ |
ଖାଲି ସମୟ ରେ ତୁମେ ମନେପଡ଼
ମନହୁଏ ଆନମନା
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ବୁଝେ ମନ ସିନା |
ସମସ୍ତ ଙ୍କୁ ଛାଡି କେବେ ହେଲେ ତୁମେ
ନେଇ ପାରିବନି ବିଦା
ଆକାଶ ରୁ ତୁମ ସୁଭାଶିଷ ଧାରା
ଦିଅ ହେ ଆମକୁ ସଦା |
ସ୍ନେହ ଶ୍ରଦ୍ଧା ପ୍ରେମ ଆକଟ ବଚନ
କରୁଥାଅ ବିତରଣ
ତୁମରି ସ୍ମୃତି କୁ ପାଥେୟ କରି ମୁଁ
ବାଢୁଛି ଶ୍ରଦ୍ଧା ସୁମନ |
ପ୍ରଭୁଙ୍କୁ ପ୍ରାର୍ଥନା ଦେବାଲୋକେ ଥାଇ
ଶାନ୍ତିଲଭୁ ତୁମ ଆତ୍ମା
ପାଖେ ପାଖେ ରହି ଆଶିଷ ଦେବାରେ
ହେଳା କରିବନି ଜମା |
ଯିବା ଆସିବାରେ ଦୁନିଆଁ ହାଟରେ
କିଏ ହଜେ କେତେ ବେଳେ
ହଜିଯିବା ପରେ ଗୁରୁତ୍ୱ ଅଧିକ
ଖୋଜାପଡେ ଯେତେବେଳେ |
ଖୋଜିବାର ଶେଷ କେବେ ହେବନାହିଁ
ସ୍ମୃତି ତୁମ ସଜଫୁଲ
ବାସ ବାଣ୍ଟୁଥିବ ଆମରି ଭିତରେ
ସେ ବାସ ଅମୁଲ ମୂଲ |