Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak 😊Beby😊

Abstract Others

4  

Sumitra Nayak 😊Beby😊

Abstract Others

ଆହେ ଦୟାମୟ ବିଶ୍ଵ ନାୟକ

ଆହେ ଦୟାମୟ ବିଶ୍ଵ ନାୟକ

1 min
530


ସ୍ରୁଷ୍ଟି ର ପାଳକ ସ୍ରୁଷ୍ଟି ସଂଚାଳକ

ଆହେ ଦୟାମୟ ବିଶ୍ଵ ନାୟକ ॥

ତୁମ କୃପା ମଣେ ଏ ଛାର ଜୀବନ

କୃପା ବର୍ଷା କର ହେ ବିଶ୍ଵ ପାଳକ॥


ଦୁଃଖ ବିନାଶକ ସୁଖ ଦାୟକ ହେ

ଜଗତ୍ ଗୁରୁ ଜଗତ୍ ଶ୍ରେଷ୍ଠ ॥

ତୁମ ଇଚ୍ଛା ବିନା ପତ୍ର ବି ହଲେନା

ଏ ମଣିଷ ଛାର ତୁମ ସେବକ ହେ॥


ଆଖିର ଜ୍ୟୋତି ମନ ର ଶାନ୍ତି 

ଜୀବନ ଚକ୍ର ର ତୁମେ ଅଧିପତି॥

ଭୋକିଲା ପେଟର ଅର୍ଣ୍ଣ ଦାୟକ 

ଭକ୍ତ ବତ୍ସଳ ହେ ଭକ୍ତ ପ୍ରାଣ ପତି ॥


ହେ ପ୍ରାଣ ବନ୍ଧୁ ଭକ୍ତ ପ୍ରାଣ ପ୍ରିୟ 

ତୁମ ଆଶିଷ ର ଆମେ ସୁତା ଖିଅ ॥

ମାରିବ ତାରିବ ତୁମେ ଯାହା କରିବ 

ପ୍ରାଣ ସଖା ମୋର ପ୍ରମାଣ କରିବ ॥


ଶରଣ ଦବ ହେ ଦଇବ ବିଧାତା 

ଚରଣ ର ଛାୟା ତଳେ ॥

ଯାହା ଦେବ ପ୍ରଭୁ ଆଦରି ମୁଁ ନେବି 

ତୁମ ଦେୟ ର ମୁଁ ଅଶିଷ ନେବି ॥


ଦୀନହୀନ ଏ ଜୀବନ୍ ତୁଚ୍ଛ 

ତୁମ ନାମ ବିନା ଏ ଜନମ ତୁଚ୍ଛ॥

ସବୁ ଭୁଲ୍ ର କ୍ଷମା ସାଗର ହେ 

ଦୟାମୟ ଦୟା ଚରା ଚର॥


ଜୀବନ ନୌକା ର ଶ୍ରେଷ୍ଠ ନାବିକ ହେ 

ଦିଗ ହରା ପଥିକ ର ଦିଗ୍ଦର୍ଶକ ॥

ହେ ପରମାତ୍ମା ପରମବ୍ରହ୍ମ 

ତୁମ ଚରଣ ରେ ଦିଅ ଆଶ୍ରିତ॥


ସ୍ରୁଷ୍ଟି ର ପାଳକ ସ୍ରୁଷ୍ଟି ସଂଚାଳକ

ଆହେ ଦୟାମୟ ବିଶ୍ଵ ନାୟକ ॥

ସ୍ରୁଷ୍ଟି ର ପାଳକ ସ୍ରୁଷ୍ଟି ସଂଚାଳକ

ଆହେ ଦୟାମୟ ବିଶ୍ଵ ନାୟକ ॥


Rate this content
Log in

Similar oriya poem from Abstract