Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4.5  

Jagannath Barik

Abstract

ବରଷାରେ ଭିଜିଭିଜି

ବରଷାରେ ଭିଜିଭିଜି

1 min
494


ମାଟି ମାଆର ମୁଁ ଶ୍ରେଷ୍ଠ ସନ୍ତାନ

  କୃଷକ ଘରର ପୁଅ

ବାପା ଦାଦିଠାରୁ କାମ ଶିଖିଅଛି  

  କର୍ମର ଗାଉଛି ଜୟ |


ହଳବୁଲା ଠାରୁ ମାଟି ହଣା ଯାଏ

   ସବୁଥିରେ ଧୂରନ୍ଧର

ଖରା ବର୍ଷା ଝଡ଼ ଶୀତ କାକରକୁ

  ମନରେ ନଥାଏ ଡର |


ହଳ କରୁ କରୁ ସଞ୍ଜ ଆସେ ନଇଁ

  ଅଳପ ରହିଛି ବାକି

ଏହାରି ମଧ୍ୟରେ ଅଦିନିଆ ମେଘ

   କୁଆଡୁ ଆସିଲା ଜାକି |


ଶୀତଳ ପବନ ବହେ ସନ ସନ

   ଥରାଇଲା ଅପଘନ

ଲାଗିଛି ତ ମନ କାମ ସମାପନ

  ବଳଦ ବି ଛନ ଛନ |


ଟପ ଟପ ହୋଇ ଆସିଲା ବରଷା

  ହୋଇ ଓଦା ସରସର

ଲଙ୍ଗଳ ଫିଟାଇ ମଇ ବାନ୍ଧିଦେଉ

 ବଳଦ ଛୁଟିଲେ ଘର |


କାଦୁଅ ମାଟିରେ ପାଦ ଚିପି ଚିପି

  ଭିଜିଭିଜି ବରଷାରେ

ତରତରେ ଘରେ ଫେରିବା ବାଟରେ

  ଘନ ଘୋର ଅନ୍ଧକାରେ |


ଚିକିଟା ମାଟିରେ ଖସିଗଲା ପାଦ

  ପିଚା ମାଡ଼ି ଗଲି ପଡ଼ି

ପ୍ରବଳ ଥଣ୍ଡାରେ ଓଠ ଥରିଯାଏ

  ବର୍ଷା ଚାଲେ ବଢ଼ି ବଢ଼ି |


ବଳଦକୁ ଦେଖି ବାପା ଧାଇଁଆସି

  ଗୁହାଳରେ ବାନ୍ଧିଦେଇ

ପୁଅ ଆସିନାହିଁ ବାଇ ପ୍ରାୟ ହୋଇ 

  ଝାମ୍ପିଟି ମୁଣ୍ଡେ ମୁଣ୍ଡେଇ |


ଅଣ୍ଡାଳି ଅନ୍ଧାରେ ଚାଲି ଥାନ୍ତି ଖରେ

   ଜଗୁ ଜଗୁ ଡାକ ଦେଇ

ସାଇଁ ସାଇଁ ବାତ ଘୋର ବୃଷ୍ଟିପାତ

  ଡାକ ଜମା ଶୁଭୁନାହିଁ |


ହେବାରୁ ନିକଟ ହୋଇଗଲା ଭେଟ

   ଗାଳି ଦେଲେ ଭୟଙ୍କର

ଏଭଳି ମୂର୍ଖତା ଆଉ କରିବୁନି

   ନିରାପତ୍ତା ସଦା ସ୍ମର |   


Rate this content
Log in

Similar oriya poem from Abstract