STORYMIRROR

Chandrakanta Nayak

Abstract

4  

Chandrakanta Nayak

Abstract

ଯାଯାବର ମୁଁ ବାଆଁରା ପକ୍ଷୀ !

ଯାଯାବର ମୁଁ ବାଆଁରା ପକ୍ଷୀ !

1 min
472

ଯାଯାବର ଏକ ବାଆଁରା ପକ୍ଷୀ ମୁଁ 

ନାହିଁ ମୋ ଠିକଣା ଘର

ମୋ ସାଥିରେ କିଆଁ ମନ ତୁ ବାନ୍ଧୁଛୁ 

ନାହିଁ ମୋର ଘରଦ୍ବାର II

ମୋ ଆଖି ଲୁହରେ ଜଳେ ତୁମ ସ୍ମୃତି 

ପ୍ରିତୀ ଅପାଶୋରା ରାତି,

ଭାବନାର କାନଭାସରେ ମନ 

ଶିଳ୍ପୀ ଆଙ୍କୁଥାଏ ଛବି ନିତି॥

ତୁମ ସ୍କୃତି ମଧୁବୋଳା ଓ ନିସ୍ତବ୍ଧ  

ନାଚେ ମୁହଁ କୁ ଫୁଲେଇ,

କିଏ କେତେ ପ୍ରତି ବନ୍ଧ ରୋମାଂଚିତ 

ସୁର ଛନ୍ଦେ ସ୍ବରକୁ ଛନ୍ଦେଇ ॥

କେଜାଣି କେମିତି ଭଲ ପାଇବାର 

ପ୍ରତିଶ୍ରୁତି ଦେଇଦେଲି,

ଜାଣି ନଥୁଲି ମୁଁ ପୀରତିର ପଥ 

ଏତେ କଂଟକିତ ବୋଲି ॥

ହସଟି ତୁମର ଭଲ ଲାଗେ ବୋଲି 

କହିଦେଲି ମୁହଁ ଖୋଲି,

ସେଇ ଦିନ ଠାରୁ ଆଉ କେବେ ଥରେ 

ହସିଲନି ମନ ଖୋଲି ॥

ବନ୍ଧୁ ତୁମେ ଦେଖା ଦିଅ କି ନ ଦିଅ

ସଦା ସବୁଜ ବିନ୍ଦୁରେ ଥାଅ,

ବନ୍ଧୁ ତୁମେ କଥା ହୁଅ କି ନ ହୁଅ ସଦା 

ଚଳ ଚଂଚଳ ହେଉଥାଅ II

ତୁମେ ଯହିଁ ଥିଲେ ଏ ଯାଯାବରର 

ମନ ହୃଦୟରେ ଥିବ,

ଯାଯାବର ଜଣେ ପୃଥିବୀର କୋଣେ 

ତୁମ ପ୍ରୀତି ଖୋଜୁଥିବ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract