ଯାଯାବର ମୁଁ ବାଆଁରା ପକ୍ଷୀ !
ଯାଯାବର ମୁଁ ବାଆଁରା ପକ୍ଷୀ !
ଯାଯାବର ଏକ ବାଆଁରା ପକ୍ଷୀ ମୁଁ
ନାହିଁ ମୋ ଠିକଣା ଘର
ମୋ ସାଥିରେ କିଆଁ ମନ ତୁ ବାନ୍ଧୁଛୁ
ନାହିଁ ମୋର ଘରଦ୍ବାର II
ମୋ ଆଖି ଲୁହରେ ଜଳେ ତୁମ ସ୍ମୃତି
ପ୍ରିତୀ ଅପାଶୋରା ରାତି,
ଭାବନାର କାନଭାସରେ ମନ
ଶିଳ୍ପୀ ଆଙ୍କୁଥାଏ ଛବି ନିତି॥
ତୁମ ସ୍କୃତି ମଧୁବୋଳା ଓ ନିସ୍ତବ୍ଧ
ନାଚେ ମୁହଁ କୁ ଫୁଲେଇ,
କିଏ କେତେ ପ୍ରତି ବନ୍ଧ ରୋମାଂଚିତ
ସୁର ଛନ୍ଦେ ସ୍ବରକୁ ଛନ୍ଦେଇ ॥
କେଜାଣି କେମିତି ଭଲ ପାଇବାର
ପ୍ରତିଶ୍ରୁତି ଦେଇଦେଲି,
ଜାଣି ନଥୁଲି ମୁଁ ପୀରତିର ପଥ
ଏତେ କଂଟକିତ ବୋଲି ॥
ହସଟି ତୁମର ଭଲ ଲାଗେ ବୋଲି
କହିଦେଲି ମୁହଁ ଖୋଲି,
ସେଇ ଦିନ ଠାରୁ ଆଉ କେବେ ଥରେ
ହସିଲନି ମନ ଖୋଲି ॥
ବନ୍ଧୁ ତୁମେ ଦେଖା ଦିଅ କି ନ ଦିଅ
ସଦା ସବୁଜ ବିନ୍ଦୁରେ ଥାଅ,
ବନ୍ଧୁ ତୁମେ କଥା ହୁଅ କି ନ ହୁଅ ସଦା
ଚଳ ଚଂଚଳ ହେଉଥାଅ II
ତୁମେ ଯହିଁ ଥିଲେ ଏ ଯାଯାବରର
ମନ ହୃଦୟରେ ଥିବ,
ଯାଯାବର ଜଣେ ପୃଥିବୀର କୋଣେ
ତୁମ ପ୍ରୀତି ଖୋଜୁଥିବ ll