Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Abstract Others

4  

Lokanath Rath

Abstract Others

ସମ୍ପର୍କ

ସମ୍ପର୍କ

1 min
475



ଯେତେ ବୁଝାଇଲେ ବୁଝୁନାହିଁ ଏହି ମନ ପ୍ରଶ୍ନ କରୁଛି ,

ସମ୍ପର୍କରେ ଆଜି କିଏ କାହାକୁ କେମିତି ପ୍ରତାରଣା ଦେଇଛି ?


ସମ୍ପର୍କ ଗଢିବା ନୁହଁଇ ସହଜ ,ନୁହେଁ କ୍ଷଣିକ ପାଇଁ ,

ଭାଙ୍ଗିଯାଏ ସିନା ସିଏ ,କିନ୍ତୁ କେବେ ଲିଭିଯାଏ ନାହିଁ |


ପିତା ପୁତ୍ରର ସମ୍ପର୍କ ନୁହେଁ ଅଭିନୟ ,ସିଏ ଆଶୀର୍ବାଦ ,

ତେବେ ,ଆଜି କାହିଁକି ସଂସାରରେ ପାଉଛି ଏତେ ଅପବାଦ ?


ଗର୍ଭରେ ଧରି ଯନ୍ତ୍ରଣା ସହି ଜନ୍ମ ଦିଏ ମାତା,

ସମ୍ପର୍କ ତାର ଅଭିନୟ ନୁହେଁ, ଏହା ଜାଣିଛି ବିଧାତା |


ତଥାପି ଦୁନିଆରେ ସେହି ମାତା ଆଜି ପର ହେଉଛି,

ସନ୍ତାନ ତାକୁ ଦୂର କରିଦେଇ, ସବୁ ସମ୍ପର୍କ କାଟୁଛି |


ପ୍ରଶ୍ନ କରେ ମାତା ନିଜକୁ, ମମତାର ଦେଇ ଦ୍ୱାହି,

ଅପବାଦ କାହିଁକି ପାଇଲା ସନ୍ତାନଠୁ, କେହିକି ପାରିବ କହି ?


ରଙ୍ଗମଞ୍ଚେ ଅଭିନୟ କରେ କଳାକାର, ବାର୍ତ୍ତା କିଛି ଦିଏ ,

ବୁଝିଲେ ତାହାକୁ ଦୁନିଆରେ କେବେ ସମ୍ପର୍କ ଛିନ୍ନ ନ ହୁଏ |


ଅଭିନୟ ସଙ୍ଗେ କଳାକାରର ସମ୍ପର୍କ ନିବିଡ଼ ଆଉ ସୁନ୍ଦର ,

କ୍ଷଣସ୍ଥାୟୀ ହେଲେ ମଧ୍ୟ ଲାଗେନାହିଁ କେବେ ଦାଗ ପ୍ରତାରଣାର |


ରଙ୍ଗମଞ୍ଚ ଏଠି ସଜ ହୋଇଥାଏ ସେହି ସମ୍ପର୍କ ପାଇଁ ,

ସଭିଏଁ ଦେଖନ୍ତି ଆନନ୍ଦ ନିଅନ୍ତି ମନକୁ ଖୁସି କରାଈ |


କଳାକାର ଏଠି ଅଭିନୟ କରି ଫୁଟାଏ ଓଠରେ ହସ ,

ଲୁହକୁ ଲୁଚାଇ ସୃଷ୍ଟି କରେ ସିଏ ସୁନ୍ଦର ପରିବେଶ |


ନିଜ ନିଜ ମଧ୍ୟେ ବିବାଦ ହୁଅଇ ସମ୍ପର୍କକୁ ନେଇ ,

ଯେବେ ହୃଦୟ କାନ୍ଦଇ ମିଥ୍ୟା ଆଉ ପ୍ରତାରଣା ପାଇ |


ତଥାପି ମଣିଷ ବୁଝି ପାରୁନାହିଁ କରୁଛି କେତେ ବାହାନା,

ସମ୍ପର୍କ ଭାଙ୍ଗିଦେଇ ଖାଲି ଅଭିନୟ କରେ ସିଏ ସିନା |


ପିତା ମାତା ଯିଏ ଜନ୍ମ ଦେଲେ ଗଢିଲେ ସମ୍ପର୍କ ,

ଅହଙ୍କାରୀ ହୋଇ ଛଳନା କରି ସନ୍ତାନ କରେ ତର୍କ |


ପାଟି ପତ୍ନୀର ସମ୍ପର୍କ ସାତ ଜନ୍ମକୁ ଭୁଲିଛି ସିଏ ,

ଉନ୍ମତ ହୋଇ ପଚାରେ,ପ୍ରତାରଣା ତାକୁ ଦେଇଛି କିଏ ?


କଳାକାରର ଅଭିନୟ ଦେଖି ବେଳେ ବେଳେ ଭାବୁକ ହୁଏ,

ମନେ ମନେ ଖାଲି ଭାଙ୍ଗିଥିବା ସମ୍ପର୍କକୁ ସିଏ ଖୋଜୁଥାଏ |


ଭୁଲିଯାଏ ଯେବେ ଛାଡ଼ିହେବ, ଏହି ମିଥ୍ୟା ଚାଳନାର ଅଭିନୟ ,

ତେବେ ସୁରକ୍ଷିତ ହେବ ସମ୍ପର୍କ ତୁଟିବ ସବୁ ସଂଶୟ |



Rate this content
Log in

Similar oriya poem from Abstract