STORYMIRROR

Pramodini Parichha

Classics

4  

Pramodini Parichha

Classics

ଭାବରେ ଭାବରେ-୩

ଭାବରେ ଭାବରେ-୩

1 min
381

ନୀଳାଚଳେ ବିଜେ ଜଗତର ନାଥ

   ନୀଳାଦ୍ରୀ ମଉଡ ମଣି

ନୀଳ କଳେବର ରୂପ ମନୋହର

   ନୟନ ମୁକୁତା ମଣି ।।


ନୀଳଚକ୍ର ନେତ ଉଡେ ଫର ଫର

    ନୀଳ ଆକାଶକୁ ଚାହିଁ

ନୀଳ ସାଗରର ଶତ ଉର୍ମିମାଳ

    ଯାଏ ତା ଚରଣ ଛୁଇଁ ।।


ନୀଳାଚଳିଆ ସେ ଭାବ ବିନୋଦିଆ

    ଭକତ କୁ କରେ ଗୁଣୀ

ନାନା ଆଭୂଷଣେ ହୁଏ ସେ ସଜାଇ

    ଭାଇ ଭଉଣୀ ଙ୍କୁ ଘେନି ।।


ନୀଳମଣି ବୋଲି ପଡ଼ିଅଛି ହୁରି

    ନଡ଼ିଆ ନିଅଇ ମାଗି

ନୀଳ ପରବତେ ହୋଇଅଛି ଉଭା

   ଦେଖେନାହିଁ ଯୋଗୀ ଭୋଗୀ ।।


ନୀଳ ରତନକୁ ରଟୁଥାରେ ମନ

    ନହେବୁ ମିଛରେ ବାଇ 

ନିତି ଦେଖୁଥିବୁ ସେ ନୀଳମଣି କୁ

   ନୀରବରେ ରେ ଯିବୁ ଶୋଇ ।।


Rate this content
Log in

Similar oriya poem from Classics