ଭାବରେ ଭାବରେ-୩
ଭାବରେ ଭାବରେ-୩
ନୀଳାଚଳେ ବିଜେ ଜଗତର ନାଥ
ନୀଳାଦ୍ରୀ ମଉଡ ମଣି
ନୀଳ କଳେବର ରୂପ ମନୋହର
ନୟନ ମୁକୁତା ମଣି ।।
ନୀଳଚକ୍ର ନେତ ଉଡେ ଫର ଫର
ନୀଳ ଆକାଶକୁ ଚାହିଁ
ନୀଳ ସାଗରର ଶତ ଉର୍ମିମାଳ
ଯାଏ ତା ଚରଣ ଛୁଇଁ ।।
ନୀଳାଚଳିଆ ସେ ଭାବ ବିନୋଦିଆ
ଭକତ କୁ କରେ ଗୁଣୀ
ନାନା ଆଭୂଷଣେ ହୁଏ ସେ ସଜାଇ
ଭାଇ ଭଉଣୀ ଙ୍କୁ ଘେନି ।।
ନୀଳମଣି ବୋଲି ପଡ଼ିଅଛି ହୁରି
ନଡ଼ିଆ ନିଅଇ ମାଗି
ନୀଳ ପରବତେ ହୋଇଅଛି ଉଭା
ଦେଖେନାହିଁ ଯୋଗୀ ଭୋଗୀ ।।
ନୀଳ ରତନକୁ ରଟୁଥାରେ ମନ
ନହେବୁ ମିଛରେ ବାଇ
ନିତି ଦେଖୁଥିବୁ ସେ ନୀଳମଣି କୁ
ନୀରବରେ ରେ ଯିବୁ ଶୋଇ ।।