Jyotirmoyee Mohanty

Classics

4  

Jyotirmoyee Mohanty

Classics

ଭାବରେ ବାଇଆ ମୋ ଚକା ଅଖିଆ

ଭାବରେ ବାଇଆ ମୋ ଚକା ଅଖିଆ

1 min
9


ନୀଳ ସିନ୍ଧୁ ତୀରେ ଭକ୍ତ ହୃଦମଣୀ

ବସିଛି ମଉନ ହୋଇ,

ଲୀଳା ଲଗାଇଛି ସାରା ସଂସାରରେ

ପ୍ରଭୁ ଲୀଳାମୟ ସେହି ।


କି ସୁନ୍ଦର ତା'ର ରୂପ ଲାବଣ୍ୟ

ଦେଖିଦେଲେ ଆଖି ପାଏନା,

ମନମୋହନୀୟା ମୋ' ଚକା ନୟନା

ଏଡ଼େ ଦୟାଵନ୍ତ କୁହନା  । 


ଭକତ ବିଦୁର ଶାଗଭଜା ଦେଇ 

ତୋଷାଇ ଥିଲା ତା' ମନ,

ଭକ୍ତ ସାଲବେଗ ହାତରୁ ନଡ଼ିଆ

ନେଲା ସେ ଦୁଃଖ ମୋଚନ  । 


କୁରୁସଭା ବେଳେ କୋଟି ଵସ୍ତ୍ର ଦେଇ

ରଖିଲା ଦ୍ରୌପଦୀ ମାନ,

ଦୁଇମୁଠା ଚାଉଳ ଭଜାରେ ସୁଦାମା

ମୋକ୍ଷ ପାଇଗଲା ଜାଣ  । 


ଶ୍ରୀବତ୍ସ ମାରିଲା ଲାତ ତାଙ୍କ ହୃଦେ

ପାଦ ତା ଦେଲେ ଆଉଁଷି,

ଶବରୀ ତାଙ୍କର ତୋଷିଥିଲା ମନ

ଅଇଁଠା ଖାଇଲେ ହସି  ।


ଭାବରେ ବାଇଆ ମୋ' ଚକା ଆଖିଆ

ଅଭାବରେ ଥାଏ ଦୂରେ,

ଭକ୍ତର ଭାବରେ ବନ୍ଧା ସଦା କାଳେ 

ତର୍କେ ଥାଏ ବହୁ ଦୂରେ l


Rate this content
Log in

Similar oriya poem from Classics