STORYMIRROR

CHINMAYEE PRADHAN

Abstract Classics

4  

CHINMAYEE PRADHAN

Abstract Classics

ବିବାହ କୁଣ୍ଡଳୀ

ବିବାହ କୁଣ୍ଡଳୀ

1 min
289


ଝିଅ ପାଇଁ ଚାଲେ ବର ଖୋଜାଖୋଜି 

ପୁଅ ପାଇଁ ଚାଲେ କନିଆଁ, 

ପସନ୍ଦ ହୋଇଲେ ଝିଅ ପୁଅ ଯେବେ 

କୁଣ୍ଡଳୀଟା ଆଣ ଗଣିଆ। 


ବିବାହ କୁଣ୍ଡଳୀ ଦେଖିକି ପଣ୍ଡିତ 

କହିଲେ ତ ରାଜଜୋଟକ, 

ବିବାହ କାର୍ଯ୍ୟ ସଂପାଦନ କର

ରଖିବା କାହିଁକି ଅଟକ। 


ଖୁସି ହେଇଗଲେ ଦୁଇ ପରିବାର 

ପଣ୍ଡିତ ଉପରେ ଭାରି, 

ପଣ୍ଡିତଙ୍କ ସେବା କଲେ ଭାରି ଜୋରେ

ଦେଇ କେତେ ଖିରିପୁରି।


ଦବାନବା କଥା ଛିଡିଗଲା ସବୁ 

ନିର୍ବନ୍ଧ କାର୍ଯ୍ୟ ଟି ହେଲା, 

ବହୁ ଆଡମ୍ବରେ ଧୂମଧାମରେ 

ବାହାଘରଟା ବି ସରିଲା। 


ଯାନି ଯଉତୁକ ପୁଅବୋହୂ ନେଇ

ଖୁସିରେ ଫେରି ଘରକୁ, 

ଘରଲୋକେ ମିଶି ବନ୍ଦାପନା କରି

ପାଛୋଟି ନେଲେ ବୋହୂକୁ।


ଖୁସିରେ ଖୁସିରେ ବିତୁଥିଲା ଦିନ

ଦଶ ମଙ୍ଗଳା ସରିଲା,

ବୋହୂ ହେଲା ଦୋଷୀ କ୍ୟାନ୍ସର ପୀଡିତ

ଦାଦା ଶ୍ୱଶୁର ଯେ ମଲା।


ଶାଶୁଘର ଲୋକେ ସାହି ପଡିଶା

ଦେଲେ ମନ ଇଚ୍ଛା ଖୁଣ୍ଟା,

ଶ୍ୱଶୁର ଖାଇଲା ଘରେ ପଶୁ ପଶୁ

ବୋହୂ ତ ଅଲକ୍ଷଣୀଟା।


ସ୍ବାମୀ କରିଥିଲା ପୁଲିସ ଚାକିରି

ଖାଉଥିଲା କେତେ ଲାଞ୍ଚ, 

ଦିନେ ପୁଣି ସିଏ ଧରା ପଡିଗଲା 

କହିବ ବା କେତେ ମିଛ। 


ବହିଷ୍କାର କଲେ ଚାକିରିରୁ ତାକୁ 

ଦୋଷ ହେଲା ଯେ ବୋହୂର, 

ଧିରେ ଧିରେ ଘୃଣା ଭାବ ତ ବଢ଼ିଲା 

ଆରମ୍ଭିଲେ ଅତ୍ୟାଚାର। 


କହିଲେ ସଭିଏଁ ବୋହୂ ଆସିବାରୁ 

ଘରେ ଅମଙ୍ଗଳ ସ୍ରୁଷ୍ଟି, 

ବୋହୂକୁ ଦୋଷ ଦେଇକି ସମସ୍ତେ 

ମାରିଲେ ଧରିଣ ଚୁଟି।


ବିବାହ କୁଣ୍ଡଳୀ ଭୁଲ ଗଣନା

କରିଥିଲା ସେ ପଣ୍ଡିତ,

ଲକ୍ଷ୍ମୀବନ୍ତୀ ଝିଅ କହିଥିଲା ସିଏ

ଜାତକ ରାଜଜୋଟକ।


ବିବାହ ବନ୍ଧନ ପବିତ୍ର ସଂପର୍କ

ମିଳନ ଦୁଇ ମନର,

ବୁଝାମଣା ଯେବେ ଠିକ୍ ରେ ରହିବ

ପ୍ରଶ୍ନ ନାହିଁ ବିଚ୍ଛେଦର।


ଜାତି କି ଜାତକ ନୁହେଁ ଯଉତୁକ

ବିବାହ ଶ୍ରେଷ୍ଠ ମାଧ୍ୟମ,

ବିବାହ କୁଣ୍ଡଳୀ ଜୋଡେନି ସଂପର୍କ

ଜୋଡିଥାଏ ମନ ଆମ।


Rate this content
Log in

Similar oriya poem from Abstract