Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଜୀବନ-ମୃତ୍ୟୁ

ଜୀବନ-ମୃତ୍ୟୁ

1 min
326



ଜୀବନର ମାନେ ନୁହେଁ

ଭାବିବାକୁ ଖାଲି ---

ମୃତ୍ୟୁ କେବେ ଆସିବ, କେମିତି ଆସିବ

ଅବା କେଉଁଠି ଆସିବ---

ଆଜି ନା କାଲି ---- l


ମୃତ୍ୟୁ__

ସକାଳ ସୂର୍ଯ୍ୟୋଦୟ ର ସୁନେଲୀ ମୁହୂର୍ତ୍ତରେ

ଅବା, ଆସିବ ମଧ୍ୟାହ୍ନ ର ଧୁଃ ଧୁଃ ଖରାରେ

ଜଣା ନାହିଁ ସେ ପୁଣି ଆସିପାରେ

ସନ୍ଧ୍ୟାର ସେ ଘଣ୍ଟ ଘଣ୍ଟା ଆଳତୀ ଭିତରେ

ଥିବା,

ରାତ୍ରୀ ର ଅସରନ୍ତି ସ୍ୱପ୍ନ ମାନଙ୍କ ଭିତରେ ।


ହେଲେ----

ଏ ସବୁର ମାନେ ନାହିଁ ଏ ଜୀବନ ପାଇଁ

ସେ ତ ଆସିବ .___

ନା ତାକୁ ଲେଉଟାଇ ପାରିବା

ନା ତାକୁ ଆମେ

ତାରିଖ ପରେ ତାରିଖ ଦେଇ ପାରିବା 

ସେ ହେଉଛି---

ତା ଇଚ୍ଛାର ରାଜା ।


ହେଲେ,

ଜୀବନ ତ ଜୀଇଁବାକୁ ହେବ

ଜୀବନକୁ ବୁଝିବାକୁ ହେବ--

ଅନ୍ତରାତ୍ମା ର ଡାକ ଶୁଣିବାକୁ ହେବ ।

ଆମକୁ ବୁଝିବାକୁ ହେବ

ମଣିଷ ଜୀବନର ଅସଲ ଉଦ୍ଦେଶ୍ୟ।


ଜୀବନ ଜୀଇଁବାକୁ ହେବ

ଅନୁରାତ୍ମା ର ଡାକ ଶୁଣିବାକୁ ହେବ

ପୃଥିବୀ ବୁକୁରେ ଲେଖିବାକୁ ହେବ

ଅଭୁଲା କବିତା__

ଆଙ୍କିବାକୁ ହେବ ଅଲିଭା ଛବି ।


ଜୀବନଟା ଜୀଉଁ ଜୀଉଁ 

ଶେଷ ବିଦାୟ ନେବା ପୂର୍ବରୁ

ଗାଇବାକୁ ହେବ ମାନବିକତାର ମନ୍ତ୍ର

ବୁଣିବାକୁ ହେବ ଭଲ ପାଇବାର ବିହନ ।


ଆତ୍ମସନ୍ତୋଷ ଫୁଲ ସବୁ ସାଉଁଟୁ ସାଉଁଟୁ

ମୃତ୍ୟୁ ଆସି ନେଇ ଯିବ ସିନା

ମଣିଷ ପଣିଆର ପାଦ ଚିହ୍ନ ସବୁ

ଦିନ ପରେ ଦିନ

ପ୍ରତ୍ୟେକଙ୍କ ହୃଦୟରେ

ଘର କରି ଯିବ।



Rate this content
Log in

Similar oriya poem from Classics