STORYMIRROR

Sujata Pati

Classics Inspirational

3  

Sujata Pati

Classics Inspirational

ଭାବର ବନ୍ଧନ

ଭାବର ବନ୍ଧନ

1 min
154

ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ

   ରାକ୍ଷୀ ପୂର୍ଣ୍ଣିମା ଟି ଆସେ

ଭଉଣୀ ବାନ୍ଧଇ ଭାଇ ହାତେ ରାକ୍ଷୀ

  ତା' ପାଇଁ ଶୁଭ ମନାସେ।


ରାକ୍ଷୀ ନୁହେଁ ସେ ତ ମମତାର ଡୋରୀ

  ଅମୂଲ୍ୟ ସମ୍ପଦ ଟିଏ

ବିପଦେ ଆପଦେ ସାହା ହେବା ପାଇଁ

  ଭଉଣୀକୁ କଥା ଦିଏ।


ପବିତ୍ର ସମ୍ପର୍କ ଭାବର ସମ୍ପର୍କ

 ଛଳନା ସେଠି ନ ଥାଏ

ରକ୍ତ ସମ୍ପର୍କ ବି ହାର ମାନି ଥାଏ

  ଆନ୍ତରିକତା ଟି ଥାଏ।


ମନ ଯଦି ଏକ ମତ ଯଦି ଏକ

  ସମ୍ପର୍କେ ଫାଟ ଆସେନା

ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ

  ପର କେବେ ଭାଂଗି ପାରେନା।


ଭାଇ ଭଉଣୀ ଙ୍କ ଏହି ବନ୍ଧନ ତ

  ପୁରାତନ କାଳୁ ଅଛି

ଶ୍ରୀମନ୍ଦିରେ ପ୍ରଭୁ ଜଗା ବଳିଆଙ୍କୁ

 ମା ସୁଭଦ୍ରା ରାକ୍ଷୀ ବାନ୍ଧୁଛି।


ରାକ୍ଷୀ ପୂର୍ଣ୍ଣିମା ରେ ଏତିକି ଅଳି ମୋ

  ଭାଇ ଯେଉଁଠି ବି ଥାଅ

ପ୍ରକୃତ ଭଉଣୀ କିଛି ବି ଚାହେଁନି

  ବିପଦେ ତା' ସାଥେ ରୁହ।

  


Rate this content
Log in

Similar oriya poem from Classics