ଭାବାନୁରାଗୀ
ଭାବାନୁରାଗୀ
ଭଲ ପାଉଥିବା ମନୁଜର ପ୍ରତି କଥା, କର୍ମ, ସବୁ ଭଲ
ଭୁଲ୍ ବି କହିଲେ, ଅନ୍ୟମନସ୍କତା, ଭଲଠୁଁ ଆହୁରି ଭଲ ।
ଭଡାଟିଆ ଏହି ଶରୀର ଆଶ୍ଲେଷ, ରୂପାନ୍ତର ହୁଏ କେତେ
ଭାବପ୍ରବଣର ମନ ଭାବୋଛ୍ୱାସେ ଆଲିଙ୍ଗନ କରେ ସତେ ।
ଭୋଗାସକ୍ତ ଆମ ଜୀବନ ବନ୍ଧନ, ଅନୁରାଗେ ସଦା ବନ୍ଧା
ଭାବର ନିକଟ, ଅଭାବରେ ଦୂର, ସାଂସାରିକ ପ୍ରେମ ସୁଧା ।
ଭାଗ୍ୟଚକ୍ର ଗଡେ, ସମୟ ଆହ୍ୱାନେ, ତାକୁ କିଏ ବା ରୋକିବ
ଭାଗ୍ୟଫଳ ବୋଧେ ସୁକୃତି ବଳରେ, ଶୁଭଦ ହେଲେ ହୋଇବ।
ଭାବାବେଶ ପାଇଁ, ନିରୁତା ଶରଧା , ଜନ୍ମେ ହୃଦୟ ପ୍ରଦେଶୁଁ
ଭାବେ ଭାବୁକତା, ପ୍ରେମ ଦେଲେ ନାଆଁ ଦିନ ସରେ ହସୁ ହସୁ।
ଭାବରେ ଅପୂତ, ଅବିଶ୍ୱାସ ଭାବ, ଆରୋପ ରୋପଣ କରେ
ଭରସାର ନାଆ, ବାହିବାକୁ ଯାଇ, ଭେଳା ତ ବୁଡାଇ ଚାଲେ ।
ଭ୍ରମ ଧାରଣାର ବଶବର୍ତ୍ତୀ ହୋଇ ସମ୍ପର୍କ କର ନି ନଷ୍ଟ ,
ଭାଙ୍ଗି ଦେବା ଭାରି ସହଜ ସାପେକ୍ଷ ଯୋଡିବା ଟା ନିଶ୍ଚେ କଷ୍ଟ ।
