STORYMIRROR

Prahallad Sahoo

Abstract Action Classics

3  

Prahallad Sahoo

Abstract Action Classics

ଭାବ ବିନୋଦିଆ

ଭାବ ବିନୋଦିଆ

1 min
180

ହେ, ଭାବ ବିନୋଦିଆ ଜଗତ ଠାକୁର

ଆହା କି ସୁନ୍ଦର ଦିଆ ନିଆ ଭାବ ତୋର;

ତୋ ଭାବରେ ଯିଏ ଥରେ ପଡିଛି ବନ୍ଧା

ଲୋଡା ନାହିଁ ଆଉ କିଛି ଘର ଅବା ଦ୍ବାର।


କି ଅବା ଅଛି ମୋ ପାଶେ ଦେବାକୁ ତତେ

ସବୁ ତ ତୋହରି ଦାନ ଆହେ, ଜଗତ ସାଇଁ;

ଏତେ ବଡ ଦୁନିଆର କେହି ନୁହେଁ କାହାର

ତୋର କୃପା ବିନା ଆଉ କିଛି ଲୋଡା ନାହି।


ଦେଇ ପାରିନାହିଁ କିଛି ସବୁ ତୋ ଠାରୁ ପାଇଛି

ମାଗି ଶିଖି ନାହିଁ ଖାଲି ତତେ ହରକତ କରୁଛି

ବୁଝି ପାରୁନାହିଁ ମୋହ ମାୟାରେ ଘାଣ୍ଟି ହେଉଛି

କହି ପାରୁ ନାହିଁ ମନେ ମନେ ବିଷାଦ ଗଣୁଛି।


କିଛି ନକହିଲେ ବି ସବୁ ତ ବୁଝୁଛୁ ତୁମେ ମୋର

କିଛି ନମାଗିଲେ ବି ସବୁ ତ କରିଅଛ ଭରପୁର;

କିଛି ନ ଭାବିଲେ ବି ତୁମେ ମୋ ଭାବର ଠାକୁର

କିଛି ନ ଶୁଣିଲେ ବି ତୁମେ ଶୁଣିଛ ଦୁଃଖ ମୋର।


ଦିଆ ନିଆର ଭାବ ତୁମଠୁଁ ଅଧିକ କିଏ ବା ଜାଣିଛି

ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ତୁମରି ସୃଷ୍ଟି

ଏବିଶାଳ ସଂସାର ଗଢିଛ ତୁମେ କେତେ ଯତ୍ନକରି କର୍ମ ଅବଳେ ପ୍ରାଣୀ ମରେ ତୁମ ନାମକୁ ପାସୋରି।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract