ଭାବ ବିନୋଦିଆ
ଭାବ ବିନୋଦିଆ
ଭକ୍ତର ଭକ୍ତିରେ ବନ୍ଧା ପଡ଼ି ଯାନ୍ତି
ଯୁଗେ ଯୁଗେ ଭଗବାନ
ଭୂଲ୍ କଲେ ପୁଣି ଆଦେଖା ଚାବୁକ୍
ମାରି କରନ୍ତି ଶାସନ ।।
ଭକ୍ତର ଭକ୍ତିରେ ପାଲଟି ଯାଆନ୍ତି
ଶବରୀ ଅଇଁଠା ଖିଆ
ଗୋପାଳ ହୋଇ ସେ ଗାଈ ଜଗିଥାନ୍ତି
ସେତ ଭାବ ବିନୋଦିଆ ।।
ଚୋରି କରି ଥାନ୍ତି କ୍ଷୀର ଓ ଲବଣୀ
ଛପି ଛପି କରି ଯାଇ
ଆସନ୍ତି ମାଲ୍ୟାଣୀ ବାଇଗଣ ବାଡି
ପୁଣି ନଡ଼ିଆ ନିଏ ହାତେଇ ।।
ଭକତର ନିନ୍ଦା ଅପମାନକୁ ସେ
ସହ୍ୟ କରି ପାରନ୍ତି ନି
କଣ୍ଟାଟେ ଫୁଟିଲେ ଝରି ଆସେ ରକ୍ତ
ପ୍ରଭୂଙ୍କ ଦେହରୁ ପୁଣି ।।
ଭକତ ଉପରେ ବେତ୍ରା ଘାତ ହେଲେ
ଦାଗ ପଡେ ତାଙ୍କ ଦେହେ
ଭକ୍ତ ପାଇଁ ରଥ ଦିଅନ୍ତି ସେ ରୋକି
ଭକ୍ତ ଆବେଗ ଦୂରାଏ ।।
କଳା ଧଳା
ଘୋଡ଼ା ଚଢ଼ି ଧାଇଁ ଯାନ୍ତି
ଯୁଦ୍ଧ କ୍ଷେତ୍ରେ ଭକ୍ତ ପାଇଁ
ଉପବାସ ରହି ଭକ୍ତ ଙ୍କୁ ପରଷି
ଦେଇ ଅମୃତ ମଣୋହୀ ।।
ଆକୁଣ୍ଠିତ ଚିତ୍ତେ ଅଜାଡ଼ି ଦିଅନ୍ତି
ମନୋ ବାଞ୍ଛିତର ଫଳ
କରୁଣା ରେଣୁ ସେ ପ୍ରଦାନ କରନ୍ତି
ଗଜ ଉଦ୍ଧାରିଣ ଜଳ ।।
ମଣିଦାସ ପୁଣି ଦ୍ରୌପଦୀ ଉଦ୍ଧାର
ଭାରତ ଯୁଦ୍ଧ ବେଳକୁ
ମୃଗଣି ଅହଲ୍ୟା ଧୀବର ସୁଗ୍ରୀବ
ସୁଦାମ ପରୀକ୍ଷିତକୁ ।।
ସେଥି ପାଇଁ ସେ ତ ପତି ତପାବନ
ଭକତଙ୍କ ଭଗବାନ
ଯେଉଁ ମାନେ ତାଙ୍କୁ ଭଜନ କରନ୍ତି
ଜାଣନ୍ତି ଭକ୍ତଙ୍କ ମନ ।।
ମନରେ ଚୈତନ୍ୟ ଉଦୟ ନିମିତ୍ତ
ପାଲଟେ ଦର୍ପ ଦଳନ
ଅବତାର ରୂପେ ମର୍ତ୍ତ୍ୟରେ ଓହ୍ଲାଇ
କରନ୍ତି ଗର୍ବ ଖଣ୍ଡନ ।।