STORYMIRROR

Prafulla Chandra Mishra

Abstract Others

3  

Prafulla Chandra Mishra

Abstract Others

ବେସୁରା ରାଗିଣୀ

ବେସୁରା ରାଗିଣୀ

1 min
166


ଜୀଇଁବାର ଅଦମ୍ୟ ପ୍ରବୃତ୍ତି,ଆଦିମ ଲାଳସା

ବସ୍ତିରୁ ସହର ଆଉ ସହରରୁ ବସ୍ତି,

ଆଶା,ଆକଂକ୍ଷାକୁ ଭିତ୍ତିକରି, ବଞ୍ଚିବାର ନିଶା

ଜୀବନ ଓ ମରଣର ଲାଗିଅଛି କୁସ୍ତି ।।


ପୂତିଗନ୍ଧ ବହ ପ୍ରାନ୍ତରେ ଏଇ ଦେଖ ସେଇଘର,

ସେଠାରେ ତ ପୁଣି ମଣିଷ ବଞ୍ଚିଛି ବଞ୍ଚାଇ ପରିବାର,,

ବାସ୍ତୁ ହରା ସେ ବସ୍ତିରୁ ଆସିଛି ସହରରେ କରିବ ବାସ,

ବେସାହାରା ଏଠି ବଞ୍ଚିଛି ଖାଲି ମୁଖେ ନାହିଁ ତାର ହସ ।।


ଏଇ ଝୁମ୍ପୁଡି ଝାଟିମାଟି ଘର

 ପ୍ଲାଷ୍ଟିକ ଛାଉଣି ଚାଳ

ସହର ତଳିର ବସ୍ତି ବାସିନ୍ଦା

  କଟାଏ ତା ଦିନ କାଳ ।।


ଏଇଠି ତ ମଶା ଡାଆଁସ ର ଲୀଳା

  କୁକୁର, ଘୁଷୁରୀ ଯେତେ

ତାଆରି ଭିତରେ ବଞ୍ଚିଛି ପୁଣି

   ଲଢୁଛି ମରଣ ସାଥେ ।।


ବୋହୂ,ଭୂଆସୁଣୀ ଦିନବେଳେ ଯାଏ 

  ସାହୁକାର ଘରେ ଖଟି

ରିକ୍ସା କେ ଟାଣେ ମଜୁରିଆ ପଣେ 

  ସମୟ ଦିଅଇ କାଟି ।।


ଜୀଇଁବାର ଲାଗି ଆହୁରି ଆହୁରି

   ପୁରୁଣା ସଂଗୀତ ଗାଏ

ବସ୍ତିରୁ ସହର ସହରରୁ ବସ୍ତି

   ଦୁଃଖର ଗାଥା କହେ ।।


ଏଇ ବୁର୍ଜୁଆ ରାଜରାସ୍ତାରେ

    ଶଂକା ଜୀବନ ମନ

ବେସୁରା ରାଗିଣୀ ପ୍ରାୟେ ବଞ୍ଚିଛି

  ହରାଇ ତା ସ୍ଵାଭିମାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract